ଶ୍ରମ ବିଭାଗ ପକ୍ଷରୁ ରାୟଗଡାରେ ସହାୟତା ପ୍ରଦାନ

ରାୟଗଡା(ସମୃଦ୍ଧଓଡିଶା) ଆଜି ତା ୨୦.୦୯.୨୦୨୪ ରିଖରେ ରେଳବାଇ ପଡିଆ ରାୟଗଡ଼ାଠାରେ ଜିଲ୍ଲା ସ୍ଥରୀୟ ବିକାଶ ମେଳାକୁ ରାଜ୍ୟ ଜଙ୍ଗଲ ଓ ପରିବେଶ ତଥା ଜଳବାୟୁ ପରିବର୍ତନ ବିଭାଗ ଓ  ଶ୍ରମ ଓ କର୍ମଚାରୀ ରାଜ୍ୟ ବିମାବିଭାଗ ମନ୍ତ୍ରୀ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏହି ମେଳାରେ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ତରଫରୁ ଶ୍ରମିକ ମାନଙ୍କ ପାଇଁ ନିଆ ଯାଇ ଥିବା କଲ୍ୟାଣକାରୀ ଯୋଜନାରେ ବିଭାଗୀୟ ଶ୍ରମ ଆୟୁକ୍ତ କାର୍ଯ୍ୟାଳୟ, ରାୟଗଡ଼ା ତରଫରୁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଏବଂ ଓଡ଼ିଶା ଅଣ ସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧୀନରେ ମୋଟ ୮୪ ଜଣ ହିତାଧିକାରୀଙ୍କୁ ଟଙ୍କା ୧୦,୯୭,୦୦୦/-ସହାୟତା ପ୍ରଦାନ କରିବା ସହିତ ନୂତନ ପଞ୍ଜିକରଣ ବାବଦରେ ୭୨ ଜଣ ଶ୍ରମିକଙ୍କୁ ପରିଚୟ ପତ୍ର ପ୍ରଦାନ କର।ଯାଇଛି। ପୁନଶ୍ଚ, ଶ୍ରମ ବିଭାଗରେ ପଞ୍ଜିକରଣ କରି ବିଭିନ୍ନ ସହାୟତା ଉପଲବ୍ଧି କରିବାକୁ ଅନୁରୋଧ କରିଥିଲେ।ଏହି ମେଳାରେ ସ୍ଥାନୀୟ ରାୟଗଡା ବିଧାନ ସଭା ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ଆପଲା ସ୍ୱାମୀ କାଦ୍ରାକା , ଜିଲ୍ଲା ପରିଷଦ ସଦସ୍ୟ, ଜିଲ୍ଲାପାଳଙ୍କ ସମେତ ଶ୍ରମ ଆୟୁକ୍ତଙ୍କ, ଓଡିଶାଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀ ପ୍ରଭାକର ବିଶ୍ଵାଳ,ଜିଲ୍ଲା ଶ୍ରମ ଅଧିକାରୀ (ଖୋର୍ଦ୍ଧା)ଭୁବନେଶ୍ୱର, ରାୟଗଡ଼ା ଜିଲ୍ଲା ତୁରନ୍ତ ଗ୍ରସ୍ତ କରି ଉକ୍ତ କାର୍ଯ୍ୟକ୍ରମ କୁ ସଫଳ ରୂପାୟନ କରିବା ଦିଗରେ ପ୍ରମୁଖ ପଦକ୍ଷେପ ଗ୍ରହଣ କରିଥିଲେ।ଏହି ବିକାଶ ମୂଳକ କାର୍ଯ୍ୟକୁ ସଫଳ କରିବା ଦିଗରେ ଶ୍ରୀ ନରେନ୍ଦ୍ର ରାଇକିଆ, ଯୁଗ୍ମ ଶ୍ରମ ଆୟୁକ୍ତ,ଜୟପୁରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ,ଶ୍ରୀ ଗୋପାଳ କୃଷ୍ଣ ମଙ୍ଗରାଜ ଜିଲ୍ଲା ଶ୍ରମ ଅଧିକାରୀ,ରାୟଗଡ଼ା , ସହକlରୀ ଶ୍ରମ ଅଧକାରୀ ଙ୍କ ସମେତ କଲ୍ୟାଣ ସଂଯୋଜକ,ରାୟଗଡ଼ା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି ଜିଲ୍ଲା ଶ୍ରମ ଅଧିକାରୀ,ରାୟଗଡା ଜଣାଇଛନ୍ତି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା