

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ହେଉଛି ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର । ଏହି ଅବସରରେ କାଉଡିଆମାନଙ୍କ ଜଳାଭିଷେକ ନିମନ୍ତେ ବିଭିନ୍ନ ଶିବ ମନ୍ଦିରରେ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା । ସୂଚନା ଯେ ଗତକାଲି ବ୍ରହ୍ମପୁର ମହାନଗର ନିଗମର କାଉଡିଆମାନେ ଗଞ୍ଜାମ ଜିଲ୍ଲାର ବୃହତ୍ତମ ନଦୀ ଋଷିକୂଲ୍ୟା ନଦୀ ଘାଟରେ ବାଲୁକା ଲିଙ୍ଗ ତିଆରି କରି ଷଣ୍ଡେଶ୍ଵର ମହାଦେବ ନାମ ସ୍ମରଣ କରି ବାଲୁକା ଲିଙ୍ଗକୁ ପୂଜା ପୂଜାର୍ଚ୍ଚନା କରି ଓଁ ନମଃ ଶିବାୟ, ହରହର ମହାଦେବ ଓ ବୋଲବମ ମୁଖରେ ଗାୟନ କରି ବିଭିନ୍ନ ଶିବ ମନ୍ଦିରକୁ ଜଳ ଅଭିଷେକ ନିମନ୍ତେ ଯାତ୍ରା ଆରମ୍ଭ କରିଥିଲେ । ଆଜି ସେମାନେ ବିଭିନ୍ନ ଶିବ ମନ୍ଦିରକୁ ଯାଇ ଶିବ ଲିଙ୍ଗ ଉପରେ ଜଳ ଅଭିଷେକ କରିଛନ୍ତି । ଏଥିପାଇଁ ବିଭିନ୍ନ ମନ୍ଦିରରେ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ଦେଖିବାକୁ ମିଳିଥିଲା ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା









