

ଛତ୍ରପୁର (ସମୃଦ୍ଧ ଓଡିଶା) ଆଜି ଶ୍ରାବଣ ମାସର ଚତୁର୍ଥ ସୋମବାର ହେତୁ ବିଭିନ୍ନ ଶୈବପୀଠ ଚଳଚଞ୍ଚଳ ହୋଇଉଠିଛି । ମାନସିକଧାରୀ କାଉଡିଆମାନେ ଗେରୁଆ ବସ୍ତ୍ର ପରିଧାନ କରି ଦେବ ଦେବ ମହାଦେବଙ୍କୁ ଜଳାଭିଷେକ କରି ପୂଜାର୍ଚ୍ଚନା କରିଛନ୍ତି । ଗଞ୍ଜାମ ଜିଲ୍ଲାର କାମଳାପୁର କାଶୀବିଶ୍ଵନାଥ ଗୁପ୍ତେଶ୍ଵର, ଉଜ୍ଜ୍ଵଳେଶ୍ୱର, ପାତାଳେଇଶ୍ୱର ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଥିଲା । ଏହାସହ ଅରୁଆ ଚାଉଳ ଦୁଦୁରାଫୁଲ, ବେଲପତ୍ର, ନଡିଆ ଲାଗି କରି ଭୋଲାବାବାଙ୍କୁ ପୂଜାର୍ଚ୍ଚନା କରାଯାଇଛି । ମନସ୍କାମନା ପୂରଣ ପାଇଁ ବିଭିନ୍ନ ନଦୀ ଓ ଜଳାଶୟରୁ ପବିତ୍ର ଜଳଭାର ଆଣି ଭୋଳା ଶଙ୍କରଙ୍କୁ କାଉଡିଆମାନେ ଜଳ ଲାଗି କରିଛନ୍ତି । ଏହି ଅବସରରେ ଶଦ୍ଦାଳୁମାନଙ୍କ ଭିଡକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଥିଲା ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା



