ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ବାର୍ଷିକ ଉତ୍ସବ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଇବଣିଆସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୧୩ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଓ ଜାକଜମକ୍‌ରେ ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟର ସଭାପତି ସମାଜସେବୀ ଗଂଗାଧର ଦାସ ଏଥିରେ ଅଧ୍ୟକ୍ଷତା କରି ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରଟି ଦୀର୍ଘ ୧୩ବର୍ଷ ଧରି ଆଦିବାସୀ ଅଂଚଳରେ ଶିକ୍ଷା ଓ ଆଧ୍ୟାତ୍ମିକ ଚିନ୍ତା ଚେତନାରେ ଆଗେଇ ଚାଲିଥିବା କହିଥିଲେ । ମୁଖ୍ୟ ଅତିଥିଭାବେ କଲେଜ ଅଧ୍ୟକ୍ଷ ସରୋଜ କୁମାର ସେନାପତି ଯୋଗ ଦେଇ ଶ୍ରୀଅରବିନ୍ଦଙ୍କର ଦର୍ଶନ, ଆଦର୍ସ ଓ ଭାଗବତୀ ଶକ୍ତି ଫଳରେ ନୂତନ ଶିକ୍ଷାର ଅଭ୍ୟୁଦୟ ହେବା ସହିତ ଶିକ୍ଷା କ୍ଷେତ୍ରରେ ଏକ ଆହ୍ୱାନ ସୃଷ୍ଟି କରିଛି ବୋଲି କହିଥିଲେ । ମୁଖ୍ୟବକ୍ତାଭାବେ ଶିକ୍ଷକ ସୁକୁମାର ପ୍ରଧାନ ଯୋଗ ଦେଇ ସାମ୍ପ୍ରତିକ ଶିକ୍ଷା ମାଧ୍ୟମରେ ସାମାଜିକ ପ୍ରଗତି ଓ ସଂସ୍କୃତକୁ ରକ୍ଷା କରିବା ଶିକ୍ଷକ ମାନଙ୍କର ଧର୍ମ ବୋଲି କହିଥିଲେ । ମସମ୍ମାନୀତ ଅତିଥିଭାବେ ସାମ୍ବାଦିକ ଅବନୀ ଚନ୍ଦ, ସଂପାଦକ ଶଂକର ଘୋଷ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭରେ ବୈଦ୍ୟନାଥ ଦାସ ମଂଚ ଆହ୍ୱାନ କରିଥିବା ବେଳେ ବିଦ୍ୟାଳୟର ଅଧ୍ୟକ୍ଷ ଗଣପତି ଶୁକ୍ଳ ବିବରଣୀ ପାଠ କରିଥିଲେ । ପଂଚାନନ ଅଧିକାରୀ, କମଳାକାନ୍ତ ସିଂହ, ଦୁସ୍ତମ୍‌ତ ଦାସମହାପାତ୍ର, ରାଜେଶ ସେଠୀ, ସସ୍କିତା ଶୁକ୍ଳ, ସୁନିତା ବାରିକ, ତପସ୍ୱନୀ ପାତ୍ର ଓ ଅନୀତା ସିଂ ମଂଚ ପରିଚାଳନା କରିଥିବା ବେଳେ ସାଂସ୍କୃତିକ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ କ୍ଷେତ୍ରରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କର।ଯାଇଥିଲା ।

ରିପୋର୍ଟ : ଭୂପତି କୁମାର ପରିଡା