ଜଳେଶ୍ୱର (ସମୃଦ୍ଧ ଓଡିଶା) ଶ୍ରୀଜଗନ୍ନାଥ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ୭ ଦିନ ଧରି ଚାଲିଥିବା ଜାତୀୟ ସେବା ଯୋଜନାର ସ୍ୱତନ୍ତ୍ର ଶୀତକାଳୀନ ଶିବିର ଆଜି ଶୁକ୍ରବାର ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ଅଧ୍ୟକ୍ଷା ରାଜେଶ୍ୱରୀ ପାଣିଗ୍ରାହୀ ପୌରହିତ୍ୟ କରିଥିଲେ । ମୁଖ୍ୟ ଅତିଥିଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ରମାକାନ୍ତ ଭଂଜ, ମୁଖ୍ୟବକ୍ତାଭାବେ ଜଗନ୍ନାଥ ଡିଗ୍ରୀ କଲେଜର ଅଧ୍ୟକ୍ଷା ଜ୍ୟୋସ୍ନା ଘୋଷ ଯୋଗ ଦେଇ ଶିକ୍ଷାତନରେ ଜାତୀୟ ସେବା ଶିବିରର ଆବଶ୍ୟକତା ଓ ଛାତ୍ରଛାତ୍ରୀମାନଙ୍କର ସେବା କରିବାର ମାନସିକତା ସୃଷ୍ଟି ସମ୍ପର୍କରେ କହିଥିଲେ । ସମ୍ମାନୀତ ଅତିଥିଭାବେ ଅଧ୍ୟାପକ ନୀଳକଣ୍ଠ ଖଣ୍ଡା, ସୁରତୀ ଦେ, ବେଣୁଧର ଅଣ୍ଡିଆ, ମୋନିକା ଦାସ, କବିତାବାଳା ପ୍ରଧାନ, ମାମିରାଣୀ ମହାନ୍ତି, ବନବିହାରୀ ଦାସ ବକ୍ତବ୍ୟ ରଖିଥିବା ବେଳେ ପ୍ରୋଗ୍ରାମ ଅଫସର ଉଦୟହରି ଗିରି ଆଭିମୁଖ୍ୟ ସଂପର୍କରେ କହିଥିଲେ । ଚଳିତବର୍ଷ ଶ୍ରେଷ୍ଠ ସ୍ୱେଚ୍ଛାସେବୀ ଭାବେ ଅମ୍ରିତା ଦତ୍ତ ଶିବିରର ୭ଦିନ ମଧ୍ୟରେ ପୋଷ୍ୟଗ୍ରାମ ରାଧାନଗର ଗ୍ରମାରେ ବସବାସ କରୁଥିବା ଆଦିବାସୀ ସାହିର ସ୍ୱଚ୍ଛତା ସଂପର୍କରେ ସଚେତନତା ସୃଷ୍ଟି କରିବା ସହିତ ନିଜେ ଗ୍ରାମ୍ୟରାସ୍ତା ପରିସ୍କାର କରିଥିଲେ । ସେହିପରି କୃଷ୍ଣ ନଗର, ଚନ୍ଦନା, ଷ୍ଟାଡିୟମ ପଡିଆ, ସତ୍ସଙ୍ଗବିହାର, ଇସ୍କନ ମନ୍ଦିରରେ ଗୋସେବା ସହିତ ରାସ୍ତାରେ ହେଲମେଣ୍ଟ ସଚେତନା କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା