

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଳକ ଅନ୍ତର୍ଗତ ଷଡ଼ଙ୍ଗୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମ୍ବିଧାନ ଦିବସ ବିଦ୍ୟାଳୟର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ହରିହର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଜି ଅନୁଷ୍ଠିତ ହୋଇଯାଇଅଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ସମ୍ବିଧାନ ପ୍ରଣେତା ଡକ୍ଟର ବି.ଆର୍, ଆମ୍ବେଦକରଙ୍କ ତୈଳ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରି ଧୂପ ଦୀପ ପ୍ରଜ୍ବଳନ କରି ଭର୍ଚୁଆଲ ମୋଡରେ କାର୍ଯ୍ୟ କ୍ରମ ଉଦଘାଟନ କରିଥିଲେ । ପ୍ରଧାନ ଶିକ୍ଷକ ଶ୍ରୀ ସାହୁ ସମ୍ବିଧାନ ପ୍ରତି ଆମ୍ଭମାନଙ୍କର ଦାୟିତ୍ଵ ସମ୍ପର୍କରେ ଆଲୋଚନା କରିଥିଲେ । ବିଦ୍ୟାଳୟର ଶିକ୍ଷକ ବିମଳ କିଶୋର ବିହାରୀ, ଅଜିତ କୁମାର ରାଉତ, ଶିକ୍ଷୟିତ୍ରୀ ସର୍ମିଷ୍ଠା ବେହେରା ଓ ମଧୁମିତା ପ୍ରଧାନ ସକ୍ରିୟଙ୍କ ସମେତ ଭର୍ଚୁଆଲ ମୋଡରେ ଛାତ୍ରଛାତ୍ରୀ, ଏଲ୍ ପି ସୋହାନ୍ ପୋଥାଳ, ସିମରନ୍ ମହାରଣା ସୋମ୍ୟା ମହାରଣା ଅଂଶ ଗ୍ରହଣ କରିଥିଲେ ।