ବେଗୁନିଆପଡା (ସମୃଦ୍ଧ ଓଡିଶା)ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଷଣ୍ଡମୂଳ କାଳୀ ମନ୍ଦିର ପରିସରରେ ବ୍ଲକ କଂଗ୍ରେସର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜିଲ୍ଲା କଂଗ୍ରେସ କମିଟି ସମ୍ପାଦକ ଶ୍ରୀକାନ୍ତ କୁମାର ସମନ୍ତରାୟଙ୍କ ଆହ୍ଵାନକ୍ରମେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପ୍ରଦେଶ କଂଗ୍ରେସ ସଭ୍ୟ ସୀତାରାମ ପାଣିଗ୍ରାହୀ ଯୋଗ ଦେଇ ଦଳକୁ ତୃଣମୂଳ ସ୍ତରରେ ମଜବୁତ୍ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହା ସହିତ ସରକାରୀ ଯୋଜନା ବାଟ ମାରଣା ବିରୂଦ୍ଧରେ ଆନ୍ଦୋଳନ କରାଯିବ ବୋଲି ସେ କର୍ମୀ ମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରତ୍ୟକ ଗାଁ କୁ ଯାଇ ଲୋକଙ୍କ ନିକଟତର ହେବା ପାଇଁ ବୈଠକରେ ସ୍ଥିର ହୋଇଥିଲା । ଆସନ୍ତା ନିର୍ବାଚନରେ କବିସୂର୍ଯ୍ୟନଗର ବିଧାନସଭା ଆସନରେ କଂଗ୍ରେସ ଦଳ ପକ୍ଷରୁ ଯାହାକୁ ପ୍ରାର୍ଥୀ କରାଯିବ ତାଙ୍କୁ ସମସ୍ଥ କର୍ମୀ ସହଯୋଗ କରିବା ପାଇଁ ନିଷ୍ପତି ନିଆଯାଇଥିଲା । ଏହି ବୈଠକରେ ୪୬ ନମ୍ବର ଜୋନ୍ ସଭାପତି ବୁଲୁ ପ୍ରଧାନ,କଂଗ୍ରେସ ନେତା ଦେବରାଜ ଭୁୟାଂ,ପୂର୍ବତନ ସରପଂଚ ଆନନ୍ଦ ସ୍ୱାଇଁ ଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ଥିଲେ ।
ରିପୋର୍ଟ : ଜିଲ୍ଳା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା