ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତ କିଛିଦିନ ଧରି ଜଳେଶ୍ୱର ଷ୍ଟେସନ ବାଜର ନିକଟରେ ଜଣେ ଲୋକ ଭିକ୍ଷାବୃତ୍ତି କରି ଚଳିଆସୁଥିଲେ । କିନ୍ତୁ ୪ମାସ ଧରି ଲକ୍ଡାଉନ୍ ଓ ସଟ୍ଡାଉନ୍ ଯୋଗୁଁ ଖାଇବା ଓ ରହବିାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । କେତେକବେଳେ ରେଳ ଷ୍ଟେସନର ମୁସାଫିର ତ କେତେବେଳେ ଦୋକାନଚାଳି ଓ ଅନ୍ୟ କେତେବେଳେ ରାଜରାସ୍ତାକଡରେ ରହି ଆସୁଥିଲେ । ଏ ସଂପର୍କରେ ଜଣାଯିବା ପରେ ସେ ହାସିରୁଦ୍ଦିନ ବକ୍ସ, ସୁରଜ ଚୌରାସିଆ, ଦିଲ୍ଲିପ କର ଓ ବାପି ସର୍ମା ତାକୁ ଆଜି ପରିସ୍କାର ପରିଛନ୍ନ କରାଇ ନୂତନ ବସ୍ତ୍ର ପରିଧାନ କରାଇଛନ୍ତି । ସେ ଜଲେଶ୍ୱର ଅଂଚଳରେ ଥିବା ପର୍ଯ୍ୟନ୍ତ ଉପରୋକ୍ତ ଯୁବକମାନେ ତାଙ୍କୁ ଖାଇବା, ରହିବାର ବ୍ୟବସ୍ଥା କରିବେ ବୋଲି କହିଛନ୍ତି । ପରବର୍ତ୍ତୀ ସମୟରେ ପ୍ରଶାସନର ସହାୟତାରେ ତାଙ୍କୁ ବାଲେଶ୍ୱର ବୃଦ୍ଧାଶ୍ରମରେ ଛାଡିବେ ବୋଲି କହିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା