ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଗତକାଲି ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଚାପୁଡ଼ା ମରା ଭିଡ଼ିଓ ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ବେଳେ ଆଜି ଏହା ନୂଆ ମୋଡ଼ ନେଇଛି । ଚାପୁଡ଼ା ଖାଇଥିବା ଯୁବକ ତଥା ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ସଂଗ୍ରାମ କିଶୋର ସାହୁ ଖୋଦ୍ ଏ ଘଟଣାକୁ ଖଣ୍ଡନ କରିଛନ୍ତି । ଏ ଘଟଣାକୁ ସେ ଖୁବ୍ ହାଲ୍କା ଭାବେ ନେଇଥିବା ବେଳେ ସାଂସଦଙ୍କ ଆଚରଣ ତାଙ୍କୁ ଖରାପ ଲାଗି ନଥିବା ସେ କହିଛନ୍ତି । ସଂଗ୍ରାମ କହିଛନ୍ତି,“ସାଂସଦ ଶ୍ରୀ ସାହୁ ମୋତେ ଚାପୁଡ଼ା ମାରି ନଥିଲେ, କେବଳ ଗାଲକୁ ଛୁଇଁ ଦେଇଥିଲେ । ସାଂସଦ ମୋର ବଡ଼ ଭାଇ ଭଳି । ଛାତ୍ର ଜୀବନରୁ ତାଙ୍କ ପ୍ରେରଣାରେ ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲି ।” ସେ କହିଛନ୍ତି, “ମୁଁ କଂଗ୍ରେସ ଛାଡ଼ି ବିଜୁ ଜନତା ଦଳରେ କାଲି ଯୋଗ ଦେଇଛି ଓ ଏହି ଦଳରେ ହିଁ ରହିବି ।”
ରିପୋର୍ଟ : କୃଷ୍ଣ କୁମାର ବେହେରା