ଯା, ଜୀବନ ନୁହେଁ ସଂଘର୍ଷ ଜୀବନ
ସେ କି ମଣିଷରେ ଗଢ଼ା,
କହି ଦିଅ ଭାଇ ବିନା ସଂଘର୍ଷରେ
କିଏ କାହିଁ ହେବ ଲୋଡ଼ା ।।
ପରିଶ୍ରମ କରି ସ୍ୱାଦ ଚାଖି ରଖ
ଅନ୍ୟକୁ ଶିଖାଅ ବାଟ,
କର୍ମ କୁଢ଼ ହୋଇ ବସିଲେ ମଣିଷ
ନିଜେ ହେବ ଛଟ ପଟ ।।
ବସି ଖାଇଲେଟି ନଈ ବାଲି ସରେ
ଶିକ୍ଷା ଦିଏ ଗୁପ୍ତ ଧନ,
ବୁଦ୍ଧିକୁ ପ୍ରୟୋଗ କର ବିନିଯୋଗ
ତେବେଟି ହେବ ମହାନ ।।
ମାନବ ଜୀବନ ଶ୍ରେଷ୍ଠ ଜୀବ ଜାଣ
କର ନାହିଁ ଅକାରଣ,
ସଙ୍ଘର୍ଷ ଜୀବନ ଦିଏ ଶ୍ରେଷ୍ଠ ସ୍ଥାନ
ଆଳସ୍ୟ ଦୁଃଖ କାରଣ ।।
ଜ୍ଞାନ ବୁଦ୍ଧି କୌଶଳ ଥାଉ ଥାଉଟି
ନ ହୁଅ ପର ଆଶ୍ରୟୀ,,
ନିଜ ସ୍ୱାଭିମାନେ ବଞ୍ଚିବାକୁ ଶିଖ
କବିତାରେ ଲେଖେ ମୁହିଁ ।।
ଭାବୁକର ମନ ଅନେକ ପ୍ରକାର
ଭାବନେ ଦେଇଛି ଲେଖି,
ତୃଟି ରହିଥିଲେ ଲେଖାରେ ମୋହର
ସୁଧାରିବ ହୃଦେ ରଖି ।।
ଲେଖକ : କବିଶ୍ରୀ ପ୍ରଦୀପ କୁମାର ସାହୁ, ସରସରା
ଜିଲ୍ଲା -ବୌଦ୍ଧ