ସଖୀ ୱାନଷ୍ଟପ କେନ୍ଦ୍ରର ୫ମ ବାର୍ଷିକ ଉତ୍ସବ ପାଳନ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ବୈଠକ ଅନୁଷ୍ଠିତ

ପାରଳାଖେମୁଣ୍ଡି -(ସମୃଦ୍ଧଓଡିଶା)-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ରାଜ୍ୟ ସହାୟତା କେନ୍ଦ୍ର / (ଶକ୍ତି ସମ୍ବଳ) ୱାନ୍‌ଷ୍ଟପ କେନ୍ଦ୍ରର ୫ମ ବାର୍ଷିକ ଉତ୍ସବ ଏବଂ ମିଳିତ କ୍ରିୟାନୁଷ୍ଠାନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯକ୍ରମରେ ଆଇଏସ୍‌ଆର୍‌ଡିର ଉପ ନିର୍ଦ୍ଦେଶକ ଶ୍ରୀ ନାଗେଶ୍ଵର ଚୌଧୁରୀ ମଞ୍ଚାସୀନ ଅତିଥି ମାନଙ୍କୁ ସ୍ଵାଗତ ଜଣାଇଥିଲେ | ଏହି କାର୍ଯ୍ୟକ୍ରମର ପ୍ରାରମ୍ଭ ରେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜଳନ କରିବା ପରେ ଆଇଏସ ଆରଡ଼ି ନିର୍ଦେଶକ କାର୍ଯ୍ୟ କ୍ରମଟିକୁ ଆଗକୁ ବଢେଇ ଥିଲେ | ଆଇ ଏସ ଆର ଡି ର ନିର୍ଦେଶକ ଶ୍ରୀ ସୁଧୀର ସାବତଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଯୋଗଦେଇ ଏହି କେନ୍ଦ୍ରର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ ଏବଂ ଏହି କେନ୍ଦ୍ର ଆଗକୁ ଆହୁରି ଭଲ କାମ କରିବା ସହିତ ପିଡିତା ମହିଳା ଓ ବାଳିକା ମାନଙ୍କୁ ସୁରକ୍ଷା ଦେବାରେ ସହାୟକ ଆଦି ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଜିଲ୍ଳା ସମାଜ ସଶକ୍ତିକରଣ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ନାୟକ ଏହି କେନ୍ଦ୍ରର ଭୂମିକା ଏବଂ ଏହି କେନ୍ଦ୍ର ଆଗକୁ ଏଭଳି କମକରି ଜିଲ୍ଲାରେ ଥିବା ମହିଳା ଓ ବାଳିକା ମାନଙ୍କୁ ସୁରକ୍ଷ୍ୟା ଦେଇ ଆସିଥିବା ବିଷୟରେ ଅବଗତ କରାଇଥିଲେ | ସଖୀ ୱାନ୍‌ଷ୍ଟପ୍ କେନ୍ଦ୍ରର ପ୍ରଶାସିକା ଶ୍ରୀମତୀ ସୁନିତା ରଥ ଜିଲ୍ଲାରେ ଏହି କେନ୍ଦ୍ର ସ୍ଥାପିତ ହୋଇ ୫ ବର୍ଷ ଧରି କାମ କରୁଥିବା ବେଳେ ଏହି କେନ୍ଦ୍ରରେ ହୋଇଥିବା ସମସ୍ତ ମାମଲା ସଂଖ୍ୟା ଏବଂ ଏହି କେନ୍ଦ୍ରର ଷ୍ଟାଫ ବିବରଣୀ ଏବଂ ସହାୟତା, ସୁବିଧା ଆଦି ବିଷୟରେ ସଂକ୍ଷିପ୍ତ ବିବରଣୀ ଦେଇଥିଲେ । ଶିଶୁ କଲ୍ୟାଣ ସମିତି ର chairperson ଶ୍ରୀଯୁକ୍ତ ଅଶ୍ଵିନୀ କୁମାର ମହାପାତ୍ର ଏହି କେନ୍ଦ୍ର 24*7 ରେ ନିରବଛିନ୍ନ ଭାବରେ କାମ କରିବା ସହ ୱାନ ସ୍ଟପ ସେଣ୍ଟର ସବୁବେଳେ ସବୁ ସମୟରେ ସାହାଜ୍ୟ କରୁଥିବା ବିଷୟରେ କହିଛନ୍ତି | ଶିଶୁ କଲ୍ୟାଣ ସମିତି ର ମେମ୍ବର ଶ୍ରୀମତୀ ମମତାରଣୀ ଶତପଥି ୱାନ ସ୍ଟପ ସେଣ୍ଟର ଜିଲ୍ଲା ରେ ନିର୍ଯାତିତା ମହିଳା ଓ ବାଳିକା ମାନଙ୍କୁ ବହୁ ସହାୟତା ଯୋଗାଇ ଦେବା ବିଷୟରେ ମାତବ୍ୟକ୍ତ କରିବା ସହ ଏହି କେନ୍ଦ୍ର ଆଗକୁ ଆହୁରି ଭାଲ କାମ କରିବା ପାଇ ଉତ୍ସାହିତ କରିଥିଲେ | ଶିଶୁ କଲ୍ୟାଣ ସମିତି ର ମେମ୍ବର ଶ୍ରୀମତୀ ସୁଜାତା ପଟ୍ଟନାୟକ ୱାନ ସ୍ଟପ ସେଣ୍ଟର ଭଲ କରିବା ସହ ବହୁତ କେସ ଏହି କେନ୍ଦ୍ର ରେ ସମାଧାନ ହୋଇଥିବାରୁ ସମସ୍ତଷ୍ଟାଫ କୁ ବହୁ ପ୍ରଶଂସିତ କରିଥିଲେ | ଜିଲା ଶିଶୁ ସୁରକ୍ଷ୍ୟା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ ଜିଲ୍ଲା ରେ ହେଉଥିବା ମହିଳାଓ ବାଳିକା ହିଂସା କୁ ରୋକିବାରେ ସହାୟତା ହୋଇଥିବା ସ୍ଥଳେ ୱାନ ଷ୍ଟପ କେନ୍ଦ୍ରର ଭୂମିକା ଉପରେ ଆଲୋକପାତ କରିବା ସହ ପ୍ରଶଂସିତ କରିଥିଲେ | ପଞ୍ଚମ ବାର୍ଷିକ ପାଳନ ଅବସରରେ ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଦ୍ୱାରା ଛେନାପୋଡ଼ କେକ୍ କଟାଯାଇଥିଲା | ଉତ୍କଳ ବାଳାଶ୍ରାମର ପିଲାମାନଙ୍କୁ ନେଇ ସଂସ୍କୃତିକ କାର୍ଯକ୍ରମ ପରିବେଷଣ କରାଯାଇଥିଲା | ସୁପରଭାଇଜର,ଅଙ୍ଗନବାଡି କର୍ମୀ , SHG ମହିଳା,ସ୍ଵେଚ୍ଛା ସାଥୀ ବିଭିନ୍ନ ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତା , କିଶୋରୀ ବାଳିକା ତଥା ମୁଦ୍ରିତ ଏବଂ ବୈଦୁତିକ ଗଣମାଧ୍ୟମର କର୍ମକର୍ତାଆଦି ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସହାୟତା କେନ୍ଦ୍ର/ୱାନ ଷ୍ଟପ କେନ୍ଦ୍ରର ଅନିତା ମିଶ୍ର , ମଞ୍ଜୁଳା ଚୌଧୁରୀ, ମଧୁସ୍ମିତା ପାଢୀ, ସୁନିତା ବେହେରା, ସ୍ଵାଗତିକା ଦାସ, ମୋନାଲିସା ବେହେରା, ନିରୂପମା ରାଉଳ , N ଊଷା,ଦିବ୍ୟ କୁମାର ସୁଆର,ହରିକୃଷ୍ଣ ଚୌଧୁରୀ, ଟି। ସୁରେଶ କୁମାର ତଥା ଆଇଏସ ଆର ଡି ପରିବାରର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ କ୍ରମଟିକୁ ସାଫଲ୍ୟ କରିଥିଲେ |ପରିଶେସରେ ମୋହିନୀ ପ୍ରଧାନ, କେସ ୱାର୍କର ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭାଟିକୁ ସାଙ୍ଗ କରିଥିଲେ |

ରିପୋର୍ଟ : କୃଷ୍ଣ କୁମାର ବେହେରା