

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ହିଲପାଟଣା ସ୍ଥିତ ସଞ୍ଜୟ ମେମୋରିଆଲ ଇନଷ୍ଟିଚ୍ୟୁଟ ଅଫ ଟେକନୋଲଜି (ଏସଏମଆଇଟି)ରେ ଗତକାଲି ଜାତୀୟ ବାଳିକା ଶିଶୁ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ସମାଜସେବୀ ସୋନାଲି ସାହୁଙ୍କ ଦ୍ୱାରା ଆୟୋଜିତ କରାଯାଇଥିଲା । ଏଥିରେ ବ୍ରହ୍ମପୁରର ବିଧାୟକ ଡ଼. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେଡିର ରାଜ୍ୟ ଉପସଭାପତି ଚନ୍ଦ୍ରଶେଖର ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଆୟୋଜିତ କାର୍ଯ୍ୟକ୍ରମରେ ବିଜେଡି ନେତା ଜାମୁଲା ଶଙ୍କର ନାରାୟଣ, ବିଜେଡି ଜିଲ୍ଲା ସଭାନେତ୍ରୀ ସଙ୍ଘମିତ୍ରା ଦଳେଇ, ବିଜେଡି ନେତା ଡ. ଭଗବାନ ଗନ୍ତାୟତ ପ୍ରମୁଖ ଯୋଗଦେଇ ଉପସ୍ଥିତ ବାଳିକାମାନଙ୍କୁ ଜାତୀୟ ବାଳିକା ଶିଶୁ ଦିବସର ପ୍ରାଧାନ୍ୟତା ସଂପର୍କରେ ପ୍ରତିପାଦନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସୋନାଲି ସାହୁ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ବହୁ ଅନୁଷ୍ଠାନର ଛାତ୍ରୀମାନେ ଯୋଗ ଦେଇଥିଲେ । ବ୍ରହ୍ମପୁର ପୋୖରପାଳିକାର ବହୁ ପୂର୍ବତନ କାଉନସିଲରମାନେ ମଧ୍ୟ ଯୋଗଦେଇ ଛାତ୍ରୀମାନଙ୍କୁ ଅଧିକାର ଓ ସୁରକ୍ଷା ସଂପର୍କରେ ଆଲୋକ ପାତ କରାଇଥିଲେ । ପ୍ରଥମେ ସୋନାଲି ଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ପ୍ରଚଳନ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ସଂପର୍କରେ ବୁଝାଇ ସଚେତନତା କରାଇଥିଲେ । ମୁଖ୍ୟ ଅତିଥି ଓ ଅନ୍ୟ ଅତିଥିମାନେ ଜାତୀୟ ବାଳିକା ଶିଶୁ ଦିବସ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରାଇଥିଲେ । ଶେଷରେ ଛାତ୍ରଛାତ୍ରୀମାନଙ୍କୁ ସମ୍ମାନିତ କରାଯାଇଥିଲା ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା, ରବି ପଟ୍ଟନାୟକ










