ଭଞ୍ଜନଗର (ସମୃଦ୍ଧ ଓଡିଶା) କୋରନା ମାହାମରୀ ସାରା ବିଶ୍ୱରେ ନିଜର କାୟା ବିସ୍ତାର କରିଚାଲିଛି । ଏହାକୁ ଦୁର୍ଷ୍ଟିରେ ରଖି ଓଡିଶା ସରକାର ଜୁନ ମାସକୁ ଅଧିକ ଗୁରୁତ୍ଵ ଦେବା ସହ ସରକାରଙ୍କ ପକ୍ଷରୁ ୧୧ଟି ଜିଲ୍ଲାକୁ ଶନିବାର ଓ ରବିବାର ୨ଦିନ ସଟଡାଉନ ଘୋଷଣା କରାଯାଇଛି । ଏଥିପାଇଁ ଜୁନ ମାସର ପ୍ରଥମ ସପ୍ତାହିକ ସଟଡାଉନର ପ୍ରଥମ ଦିନରେ ଭଞ୍ଜନଗର ସହର ସମେତ ଆଖପାଖ ଅଞ୍ଚଳ ସମ୍ପୂର୍ଣ୍ଣ ରୂପେ ଜନଶୂନ୍ୟ ଦେଖିବାକୁ ମିଳିଛି । ସଟ ଡାଉନ ପ୍ରଭାବରେ ଭଞ୍ଜନଗର ସହରର ମୁଖ୍ୟରାସ୍ତା, ବସଷ୍ଟାଣ୍ଡ, ବ୍ୟାଙ୍କଛକ, ବ୍ଳକଛକ, ଖାଲାସି ସାହି ଆଦି ବିଭିନ୍ନ ଜନଗହଳି ପୂର୍ଣ ସ୍ଥାନ ଗୁଡିକ ସମ୍ପୂର୍ଣ୍ଣ ଜନଶୂନ୍ୟ ହୋଇ ପଡିଥିବା ଦେଖାଯାଇଛି । ରାସ୍ତାଘାଟ ସବୁ ଖାଁ ଖାଁ ଲାଗୁଥିବା ବେଳେ ଲୋକମାନେ କେବଳ ଜରୁରୀ କାମରେ ବାହାରୁଥିବା ଦେଖାଯାଇଥିଲା । କେବଳ କିଛି ଔଷଧୀୟ ଦୋକାନମାନଙ୍କୁ ଛାଡ଼ି ଦେଲେ ଦୋକାନ ବଜାର, ଗାଡିମଟର ଓ ସାଧାରଣ ଲୋକଙ୍କ ଚଳପ୍ରଚଳନ ଉପରେ ରୋକ ଲଗାଯାଇଛି । ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁଙ୍କ ନେତୃତ୍ୱରେ ପୋଲିସ ସମ୍ପୂର୍ଣ୍ଣ ଅଂଚଳରେ ପେଟ୍ରୋଲିଂ କରି ଲୋକ ମାନଙ୍କୁ ଘରେ ରହିବାକୁ ପରାମର୍ଶ ଦେଉଛନ୍ତି । ସେହିପରି ପ୍ରଶାସନିକ ଅଧିକାରୀ ମାନେ ବିଭିନ୍ନ ସଂଘରୋଧ କେନ୍ଦ୍ର ପରିଦର୍ଶନ କରିବା ସହ ପେଟ୍ରୋଲିଂ କରି ଲୋକମାନଙ୍କୁ ସଚେତନ କରାଉଛନ୍ତି ।
ରିପୋର୍ଟ – ନିଲୁ ବିଷୋୟୀ