ସଟର କାଟି ଗହଣା ଦୋକାନରୁ ଚୋରୀ : ଥାନାରେ ମାମଲା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଅଞ୍ଚଳରେ ଦିନକୁ ଦିନ ଚୋରୀ ବଢିବାରେ ଲାଗିଛି । ପୋଲିସ୍ ଯେତିକି ତତ୍ପର ହେଉଛି ଚୋର ତା ଠାରୁ ଅଧିକ ସକ୍ରିୟ ହେଉଛି । ଆଜି ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତା ୫୭ରାଜ୍ୟ ରାଜପଥର ଆମ୍ବଳିଅଠା ଛକ ନିକଟରେ ଥିବା ଶିବ ଦୁର୍ଗା ଜୁଏଲାର୍ସରୁ କେତେକ ଦୁବୃର୍ତ୍ତ ରବିବାର ବିଳମ୍ବିତ ରାତିରେ ସଟର କାଟି ସୁନା ଓ ରୂପାର ଗହଣା ଲୁଟି ନେଇଥିବା ଜଣାଯାଇଛି । ରବିବାର ରାତ୍ରୀ ୧୦ଟି ବେଳେ ସୋଲପଟା ଅଂଚଳର ଦୋକାନ ମାଲିକ ଜିତେନ୍ଦ୍ର ରଣା ପ୍ରତିଦିନ ପରି ଦୋକାନରେ ଚାବି ପକାଇ ଘରକୁ ଯାଇଥିଲେ । ସକାଳେ ତାଙ୍କ ଦୋକାନ ସଟର ଭଙ୍ଗା ଯାଇଥିବା ସ୍ଥାନୀୟ ଲୋକେ ଦେଖି ତାଙ୍କୁ ଖବର ଦେଇଥିଲେ । ମାଲିକ ଆସି ଜଳେଶ୍ୱର ପୋଲିସ୍‌କୁ ଖବର ଦେବା ପରେ ଛାନ୍‌ଭିନ୍ ଆରମ୍ଭ ହୋଇଛି । ପ୍ରାୟ ୫ଲକ୍ଷ ଟଙ୍କାର ବିଭିନ୍ନ ଅଳଙ୍କାର ଲୁଟ ହୋଇଥିବା ଅଭିଯୋଗ ହୋଇଛି ।

ରିପୋର୍ଟ : ଭୂପତି ପରିଡା