

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପାଟପୁର ଥାନା ଅନ୍ତର୍ଗତ ପୋଡମାରି ଗାଁର ଠାରେ ସଡକ ଦୁର୍ଘଟଣା ଘଟିବ ସୂଚନା ମିଳିଛି । ସୂଚନା ଅନୁଯାୟୀ ଦୁର୍ଘଟଣାରେ ଜଣେ ମୃତ ଓ ଜଣ ଆହତ ହୋଇଥିବା ଜଣାପଡିଛି । ଆହତ ଜଣଙ୍କୁ ଦିଗପହଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ମୃତ ଜଣକ ବ୍ରହ୍ମପୁରର ଗୌଡ଼ ସାହିର ହୋଇଥିବା ବେଳେ ଆହତ ଜଣକ ବ୍ରହ୍ମପୁରର ରାଜା ସାହିର ବୋଲି ଜଣାପଡିଛି । ପୋଲିସ ଖବର ପାଇଁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।
ରିପୋର୍ଟ : ଦକ୍ଷିଣାଞ୍ଚଳ ବ୍ୟୁରୋ ଚିଫ ନିମାଇଁ ଚରଣ ପଣ୍ଡା

