ସଡକ ସୁରକ୍ଷା ଓ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଥାନାର ଆମ ପୋଲିସ ପକ୍ଷରୁ ପୋଡାପଦର ଗ୍ରାମର ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ସଡକ ସୁରକ୍ଷା ଓ ଟ୍ରାଫିକ ସଚେତନତା ଉପରେ ଏକ କାର୍ଯ୍ୟକ୍ରମ ପୋଡାପଦର ସରପଞ୍ଚ ଓ ଛତ୍ରପୁର ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ଏସଡ଼ିପିଓ ଗୌତମ କିସାନ ଯୋଗଦେଇ ସଡକ ସୁରକ୍ଷା ଓ ଟ୍ରାଫିକର ବିଭିନ୍ନ ନିୟମ ଉପରେ ସଚେତନତା କରିବା ସହ ସୋଲା ସିୟମ ସ୍କିମ ଜରିଆରେ ରାଜ୍ୟ ସରକାରଙ୍କ ତରଫରୁ ହିଟ ଏବଂ ରନ ମୋଟର ଯାନ ଦୁର୍ଘଟଣା ମାମଲାର ସହାୟତା ଉପରେ କହିଥିଲେ । ପୋଲିସ ଜନସାଧାରଣଙ୍କ ମଧ୍ୟରେ ସମନ୍ୱୟ ରହିଲେ ବିଭିନ୍ନ ସମସ୍ୟା ଦୂର ହୋଇପାରିବ । ଏହାସହ ଗୁଣି ଗାରେଡି, ଅନ୍ଧ ବିଶ୍ୱାସ, ସାଇବର କ୍ରାଇମ, ବିଭିନ୍ନ ଠକେଇ ଉପରେ ସଚେତନତା ରହିବେ ସେଥିପ୍ରତି ସତର୍କ ରହିବାକୁ କହିଥିଲେ । ପଞ୍ଚାୟତ କୁମାର ବେଗ ପଲ୍ଲୀ, ହୁମର ଓ ପୋଡାପଦର ଗ୍ରାମର ମୁଖ୍ୟ ରାସ୍ତାରେ ସିସିଟିଭି କ୍ୟାମେରା ଲଗାଇବା ନିମନ୍ତେ କୁହାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂର୍ବତନ ସମିତି ସଭ୍ୟ ସାନୁ ସେଠି, ଗଜେନ୍ଦ୍ର ପଲାଇ, ମୁନା ପରିଡା, ନାଇଡୁ ଶ୍ରୀନୁଙ୍କ ସମେତ ବହୁ ବୁଦ୍ଧିଜୀବୀ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା