

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏଏସପି ସୀତାରାମ ଶତପଥୀ, ଉପଜିଲ୍ଲାପାଳ ଭାରପ୍ରାପ୍ତ ପରିବହନ ଅଧିକାରୀ ରଜନୀ କାନ୍ତ ସ୍ଵାଇଁ, ମଟରଯାନ ନିରୀକ୍ଷକ ବସନ୍ତ ମହାପାତ୍ରଙ୍କ ସମେତ ସମସ୍ତ ଥାନା ଅଧିକାରୀ ଏବଂ ବିଭିନ୍ନ ସରକାରୀ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ଏଥିରେ ଦୁଘଟଣା ରୋକିବା ପାଇଁ କିଭଳି ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ସେନେଇ ଆଲୋଚନା କରାଯାଇଥିଲା । ଏହାପରେ ଗାଡି ଯାଞ୍ଚ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ନିୟମ ଖିଲାପକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ଅନୁପମ ଶାହା ନିର୍ଦ୍ଦେଶ ଦେଇଛନ୍ତି ।
ରିପୋର୍ଟ : କୃଷ୍ଣ କୁମାର ବେହେରା



