ସନ୍ତୋଷୀ ମାତାଙ୍କ ମନ୍ଦିର ପ୍ରତିଷ୍ଠା ଓ କଳସ ଶୋଭାଯାତ୍ରା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ସୁଗୋ ପଂଚାୟତର କିଶୋର ନଗର ପାଟଣା ଗ୍ରାମରେ ଆଜି ସନ୍ତୋଈ ମାତାଙ୍କ ମନ୍ଦିର ପ୍ରତିଷ୍ଠା ଓ ଏକ ବର୍ଣ୍ଣାଢ୍ୟ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଦୀର୍ଘ ୪୩ ବର୍ଷ ଧରି ଉକ୍ତ ଗାଁରେ ସନ୍ତୋଷୀ ମାତାଙ୍କ ବାର୍ଷିକ ପୂଜାର୍ଚ୍ଚନା କରାଯାଇ ଆସୁଥିବା ବେଳେ ଚଳିତବର୍ଷ ଗ୍ରାମବାସୀଙ୍କ ଅକୁଣ୍ଠ ସହାୟତା ଓ ବାପୁଜୀ ଯୁବକ ସଂଘର ସହଯୋଗରେ ପୂଜାର୍ଚ୍ଚନା ଓ ମନ୍ଦିର ପ୍ରତିଷ୍ଠା କରାଯାଇଛି । ଆଜି ଭୋର ସୁବର୍ଣ୍ଣରେଖା ନଦୀର ଶିଖରପୁର ନଦୀଘାଟ ଠାରୁ ଗାଁର ଶହ ଶହ ମହିଳା ପବିତ୍ର ପାଣି ଧରି ଲମ୍ବା ରାସ୍ତା ଅତିକ୍ରମ କରି ମନ୍ଦିର ନିକଟରେ ପହଞ୍ଚିଥିଲେ । ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ଶେଷ ହୋଇଥିବା ବେଳେ ମା ସନ୍ତୋଷୀଙ୍କ ବିଗ୍ରହ ପ୍ରତିଷ୍ଠା ହୋଇଥିଲା । ଗ୍ରାମ୍ୟ ମୁଖ୍ୟ ରାମେଶ୍ୱର ରାଜ, ବାପୁଜୀ ଯୁବକ ସଂଘ ପକ୍ଷରୁ ପୂଜା କମିଟି ସଭାପତି ରଘୁନାଥ ଜେନା, ଦୀପକ କୁମାର ରାଜ, ସଂପାଦକ ପ୍ରଦୀପ ଜେନା, ମନୋରଂଜନ ରାଜ, ହରିହର ରାଜ, ବିଜୟ କୁମାର ରାଜ, ନବୀନ କୁମାର ରାଜ, ବ୍ରଜେନ୍ଦ୍ର ଜେନା, ରାଜ କିଶୋର ରାଜ, ଦିପେନ୍ କୁମାର ରାଜ ପ୍ରମୁଖଙ୍କ ନେତୃତ୍ୱରେ ଏପରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଆଜି ଯଜ୍ଞାଦି କର୍ମ ଓ ବାଳୁତ ଭୋଜନ ହୋଇଥିବା ବେଳେ ଆସନ୍ତା ଶନିବାର ଯଜ୍ଞ ପୂର୍ଣ୍ଣାହୁତି, ରାତ୍ରିରେ ଯାତ୍ରାଭିନୟ, ରବିବାର ଦିନ ନାମ ସଂକୀର୍ତ୍ତନ ଓ ସୋମବାର ସମୁହ ପ୍ରସାରଦ ସେବନ ହେବାର ସ୍ଥିର ହୋଇଥିବା ଜଣାଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା