
ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ତଥା ତା ୨୨/୦୫/୧୯ ରିଖ ବୁଧବାର ଦିନ ବ୍ରହ୍ମପୁର ସବୁଜ ବାହିନୀ, ଆଞ୍ଚଳିକ ବିକାଶ ପରିଷଦ (ଗୁଣ୍ଠବନ୍ଧ), ମାରଓ୍ବାଡି ମହିଳା ସମିତି, ନେଚର ଲଭର୍ସ ଓଡିଶା, ବକ୍ସିଂ ଓଡିଶାର ମିଳିତ ଆନୁକୂଲ୍ୟରେ ଏବଂ ରକ୍ ଷ୍ଟାର ଡ୍ୟାନ୍ସ୍ ଏକାଡେମୀର ସହଯୋଗରେ ପ୍ରବଳ ଗ୍ରୀଷ୍ମରେ ରକ୍ତ ଅଭାବକୁ ଦୁର କରିବା ଏବଂ ସ୍ୱେଚ୍ଛାକୃତ ରକ୍ତଦାତା ବୃଦ୍ଧି କରିବା ଉଦ୍ଦେଶ୍ୟରେ “ଆସନ୍ତୁ ଗଢିବା ରକ୍ତ ସମ୍ପର୍କ” ନାମକ ସପ୍ତମ ଥର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉର୍ଦ୍ଦେଶ୍ୟ ହେଉଛି ରକ୍ତଦାତାମାନେ ରକ୍ତଦାନ କେନ୍ଦ୍ରକୁ ଆସି ରକ୍ତ ଦାନ କରିବେ । ଗ୍ରୀଷ୍ମ ଋତୁରେ ରକ୍ତ ଭଣ୍ଡାରରେ ରକ୍ତର ଘୋର ଅଭାବ ପରିଲକ୍ଷିତ ହେଉଅଛି । ରୋଗୀ ଦୂରଦୂରାନ୍ତରରୁ ଆସି ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହି ଅଭାବକୁ କିଛି ମାତ୍ରାରେ ଦୂର କରିବା ପାଇଁ ରକ୍ତ ଦାନର ଆବଶ୍ୟକତା ରହିଛି । ଏହି ଶିବିର ମାଧ୍ୟମରେ ଜନ ସାଧାରଣ, ଛାତ୍ରଛାତ୍ରୀ ତଥା ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନକୁ ଅନୁରୋଧ କରାଯାଉଛି କି ଯେ ସେମାନେ ଗୋଟିଏ ଦିନ ରକ୍ତ ଭଣ୍ଡାରକୁ ଆସି ରକ୍ତ ଦାନ କରି ଅନ୍ୟମାନଙ୍କର ଜୀବନ ରକ୍ଷା କରନ୍ତୁ । ଆଜି ପ୍ରାୟ ୧୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ରକ୍ତ ଭଣ୍ଡାରର ଡା.ଶଶ୍ମିତା ବେହେରା ଓ ଅନ୍ୟାନ୍ୟ କର୍ମଚାରୀ ରକ୍ତ ସଂଗ୍ରହ କରିଥିଲେ । ରକ୍ତ ଦାତାଙ୍କ ମଧ୍ୟରୁ ୦୪ ଜଣ ପ୍ରଥମ ଥର ରକ୍ତ ଦାନ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ଦୁଇ ଭାଇ ସଞ୍ଜୟ କୁମାର ପଟ୍ଟନାୟକ ଓ ସନ୍ତୋଷ କୁମାର ପଟ୍ଟନାୟକ ମିଳିତ ରକ୍ତ ଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ, ସଂପାଦକ ଏମ୍.ଦିଲ୍ଲିପ୍ କୁମାର,କୋଷାଧକ୍ଷ ଦିପକ ପାତ୍ର, ପରିଷଦର ସଭାପତି ସାଗର କୁମାର ପାତ୍ର, ମହାତ୍ମା ହେଲ୍ପିଂ ହ୍ୟାଣ୍ଡସ୍ ର ସଂଯୋଜକ ଏମ୍.ଭେଙ୍କଟ ରାମଣା, ସୁଶିଲ କୁମାର, ଡ୍ୟାନ୍ସ ଏକାଡେମୀର କେ.ତରୁଣ, ଏ.ରାଜା, ଗଣେଷ ନାୟକ, ବନମାଳୀ ପ୍ରଧାନ, ପ୍ରଣୟ ସାହୁ ଓ ନେଚର୍ସ ଲଭର୍ସ ଓଡିଶାର ଆବାହକ ଶ୍ରୀନିବାସ ରାଜନଙ୍କ ସମେତ ବହୁ ସ୍ବେଚ୍ଛାସେବୀ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରକାଶ ଥାଉକି ସମସ୍ତ ୭ ଗୋଟି ଶିବିରରେ ସମୁଦାୟ ୧୩୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
