
ଜଳେଶ୍ଵର (ସମୃଦ୍ଧ ଓଡିଶା) ମହାମାରୀ କରୋନାର ଦ୍ବିତୀୟ ଲହରୀ ସଙ୍କ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସହରାଞ୍ଚଳରେ ଦୁଇଦିନିଆ ସପ୍ତାହନ୍ତ ସଟଡାଉନ ଲାଗୁ କରା ଯାଇଛି l ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଜଳେଶ୍ୱର ସହରରେ ମଧ୍ୟ ସମ୍ପୂର୍ଣ୍ଣ ସଟଡାଉନ ରହିଛି l କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନକୁ ଛାଡି ଦେଲେ ବାକି ସମସ୍ତ ଦୋକାନ ବଜାର ବନ୍ଦ ରହିଛି l ଜଳେଶ୍ୱର ପୋଲିସ ଏବଂ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଜଳେଶ୍ୱର ସହରର ବିଭିନ୍ନ ସ୍ଥାନରେ ବୁଲି ଅମାନିଆଙ୍କୁ ସାବାଡ କରିବା ସହ ସ୍ଥିତି ଅନୁଧ୍ୟାନ କରୁଛନ୍ତି l ଜଳେଶ୍ୱର ତହସିଲଦାର ପେଟ୍ରୋଲିଙ୍ଗ କରୁଥିଲା ସମୟରେ ଜଳେଶ୍ୱର ଷ୍ଟେସନ ବଜାରରେ ଥିବା ସୁଶାନ୍ତ ଚାହା ଦୋକାନ ଓ ଏକ ମାଛ ବ୍ୟବସାୟୀ ଦୋକାନ ଖୋଲା ଥିବା ଦେଖି ଚଢ଼ାଉ କରି ୫୦୦ ଟଙ୍କା ଲେଖାଏଁ ଫାଇନ କରିଥିବାର ଦେଖିବାକୁ ମିଳି ଥିଲା l ଏହି ସମୟରେ ନାମ୍ପୋ ଆରଆଇ ତହସିଲ କର୍ମଚାରୀ ଉପସ୍ଥିତ ଥିଲେ l ଏହିଭଳି ପଦକ୍ଷେପ ନେଲେ ଜଳେଶ୍ଵର ବାସୀ ସଚେତନ ହେବେ ବୋଲି ବୁଦ୍ଧିଜୀବି ମାନେ ମତ ଦେଇଛନ୍ତି l