ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ୱର ହାଇସ୍କୁଲ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୁଞ୍ଜ ବିହାରୀ ପ୍ରଧାନ ପୌରହିତ୍ୟ କରିଥିଲେ । ଅତିଥି ଭାବେ ପ୍ରଧାନ ଶିକ୍ଷକ ମନୋରଞ୍ଜନ ଦାସ ସବୁଜ ବାହିନୀ ଜଳେଶ୍ୱରଙ୍କ ତରଫରୁ ବନ ମହୋତ୍ସବ ସପ୍ତାହ ପାଳନ ତା-୨/୭/୨୦୨୧ ରିଖ ଶୁକ୍ରବାର ପୂର୍ବାହ୍ନରେ ଜଳେଶ୍ୱର ହାଇସ୍କୁଲ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୁଞ୍ଜ ବିହାରୀ ପ୍ରଧାନ ପୌରହିତ୍ୟ କରିଥିଲେ । ଅତିଥି ଭାବେ ପ୍ରଧାନ ଶିକ୍ଷକ ମନୋରଞ୍ଜନ ଦାସ, ପ୍ରଧାନ ଶିକ୍ଷକ ଗଗନ ବିହାରୀ ପରିଡା, ଶିକ୍ଷକ ପୂର୍ଣଚନ୍ଦ୍ର ଭୂୟାଁ, ଶ୍ରୀକାନ୍ତ ଦାସ, ମନୋରଞନ ମଲ୍ଲିକ, ରାଜେନ୍ଦ୍ର ପାଣିଗ୍ରାହୀ, ମନୋଜ ପାଣି, କର୍ମଚାରୀ ସଞୟ ମହାକୁଡ ପ୍ରମୁଖ ଯୋଗଦେଇ ବୃକ୍ଷରୋପଣ ଦ୍ବାରା ପରିବେଶର ସନ୍ତୋଳନ କିପରି ରକ୍ଷା କରା ଯାଇ ପାରିବ ସେ ସଂପର୍କରେ ବକ୍ତବ୍ୟ ରଖିଥିଲେ । ଏହି କାର୍ଯ୍ୟକ୍ରମକୁ ଜଳେଶ୍ୱର ଓ ଭୋଗରାଇ ବ୍ଲକ ପାଇଁ ଇକୋକ୍ଲବ ମାଷ୍ଟର ଟ୍ରେନର ଭାବେ ନିଯୁକ୍ତି ପାଇଥିବା ଟାଉନ ହାଇସ୍କୁଲ ଜଳେଶ୍ୱରର ଶିକ୍ଷକ ଡ.ଅଜିତ କୁମାର ମହାନ୍ତି ଆୟୋଜନ କରିଥିବା ବେଳେ ଜଳେଶ୍ୱର ହାଇସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ, ଶିକ୍ଷା କର୍ମଚାରୀ ମାନେ ପରିଚାଳନା କରିଥିଲେ । ଏହି ଭଳି ସପ୍ତାହ ବ୍ୟାପି ଜଳେଶ୍ୱର ଓ ଭୋଗରାଇର ବିଭିନ୍ନ ବିଦ୍ୟାଳୟରେ ଉକ୍ତ କାର୍ଯ୍ୟକ୍ରମ କରିବା ସହିତ, ଗୋଟିଏ ବୃକ୍ଷ ଗୋଟିଏ ଜୀବନ’ ଉକ୍ତିକୁ ସାର୍ଥକ କରିବାର ପ୍ରତିଶ୍ରୁତି ଡ.ମହାନ୍ତି ଦେଇଥିଲେ । ଶେଷରେ ବିଦ୍ୟାଳୟ ହତାରେ ୩୦ ରୁ ଅଧିକ ବିଭିନ୍ନ “ବୃକ୍ଷହିଁ ଜୀବନ” କରୋନା ସମୟରେ ବୃକ୍ଷ ମୂଳରେ ବିଶୁଦ୍ଧ ଅମ୍ଳଜାନ ମିଳି ପାରିବ ବୋଲି ସମସ୍ତେ ମତବ୍ୟକ୍ତ କରିଥିଲେ । ଏଥି ସହିତ ଡ. ମହାନ୍ତି ଜଳେଶ୍ବର ବ୍ଲକର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନଙ୍କୁ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ନିଜ ନିଜ ବିଦ୍ୟାଳୟରେ ବୃକ୍ଷରୋପଣ କରିବାକୁ ଆହ୍ବାନ ଦେଇଥିଲେ ।