ଜଳେଶ୍ୱର (ସମୃଦ୍ଧ ଓଡିଶା) ଗତ ୧୩ ତାରିଖରୁ ଜଳେଶ୍ୱର ମ୍ୟୁନିସିପାଲଟିରେ ସଟ୍ଡାଉନ୍ ଘୋଷଣା କରାଯିବା ସହ ଆସନ୍ତା ୩ ତାରିଖ ଯାଏ ବଳବତ୍ତର ରହିଛି । ସରକାରଙ୍କ ଗାଇଡ୍ ଲାଇନ୍ ଅନୁଯାଇ ସ୍ୱଳ୍ପ ସଂଖ୍ୟକ କର୍ମଚାରୀଙ୍କ ଦ୍ୱାରା ସଟ୍ଡାଉନ୍ ଅଂଚଳରେ ସକଳା ୭ରୁ ୧୨ଟା ଯାଏ ବ୍ୟାଙ୍କ ଗୁଡିକ ଖୋଲା ରହିବ ବୋଲି ଦର୍ଶା ଯାଇଛି । କିନ୍ତୁ ଏହାର ସୁଯୋଗ ନେଇ କରୋନା ସଂକ୍ରମଣ ବେଳେ ବ୍ୟାଙ୍କ ଗୁଡିକରେ ବହୁ କର୍ମଚାରୀ ଅନୁପସ୍ଥିତ ରହୁଥିବା ଦେଖିବାକୁ ମିଳିଛି । ଏବେ ଖରିଫ ଋତୁର ଚାଷ ଲାଗି ବ୍ୟାଙ୍କ ଋଣ ପାଇଁ ଚାଷୀମାନେ ବ୍ୟସ୍ତ ରହିଥାନ୍ତି । ରାତି ପାହିଲେ ଜୁଲାଇ ୩୧ ତାରିଖ ବ୍ୟାଙ୍କ ଋଣର ଶେଷ ତାରିଖ । ଚାଷୀମାନେ ସେମାନଙ୍କ ବ୍ୟାଙ୍କକୁ ଆସି ବାରମ୍ବାର ଫେରୁଥିବା ଦେଖିବାକୁ ମିଳିଛି । ଜଳେଶ୍ୱର ବ୍ଲକ ଅଂଚଳରେ ସତ୍ୟବ୍ରତ ପ୍ରଧାନ ଜଣେ ସୃଙ୍ଖଳିତ ଓ ସମନ୍ନିତ ଚାଷୀ । ସେ ଧାନ, ପରିବା, ମୁଗ, ବିରି, ଗାଈ ଚାଷ କରି ଆସୁଛନ୍ତି । ଗତ ସୋମବାର ଠାରୁ ସେ ଜଳେଶ୍ୱର ସ୍ଥିତ ଷ୍ଟେଟ୍ ବ୍ୟାଙ୍କକୁ କୃଷିଋଣ ପାଇଁ ଯାଉଥିବା ବେଳେ ସେ ବିଭାଗର କୌଣସି କର୍ମଚାରୀ ରହୁନଥିବାରୁ ସେ ସେଥିରୁ ଚଳିତବର୍ଷ ବଂଚିତ ହେବେ ବୋଲି କହିଛନ୍ତି । ଷ୍ଟେଟ୍ ବ୍ୟାଙ୍କ ଭଳି ବ୍ୟାଙ୍କରେ କୃଷି ବିଭାଗରେ ଜଣେ ହେଲେ କର୍ମଚାରୀ ନ ଆସିବା କ୍ଷୋଭର ବିଷୟ ବୋଲି ବହୁ ବୁଦ୍ଧିଜିବି, ଉଠଡିଆ ଚାଷୀ ମତବ୍ୟକ୍ତ କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା