ସମଗ୍ର ରାଜ୍ୟରେ ୨୦୨୦ ଅକ୍ଟୋବର ସୁଦ୍ଧା ସମ୍ପୂର୍ଣ୍ଣ ବ୍ୟାନ୍‌ ହେବ ପ୍ଲାଷ୍ଟିକ୍‌…

ଭୁବନେଶ୍ୱର (ସମୃଦ୍ଧ ଓଡ଼ିଶା) ସମଗ୍ର ରାଜ୍ୟରେ ୨୦୨୦ ଅକ୍ଟୋବର ସୁଦ୍ଧା ସମ୍ପୂର୍ଣ୍ଣ ଭାବେ ବ୍ୟାନ୍‌ ହେବ ପ୍ଲାଷ୍ଟିକ୍‌ । ବର୍ତ୍ତମାନ ରାଜ୍ୟର ସବୁ ପୌରାଞ୍ଚଳରେ ପ୍ଲାଷ୍ଟିକ ବ୍ୟାନ କରାଯାଇଛି ତଥାପି ଏବେ ଗ୍ରାମାଞ୍ଚଳରେ ପ୍ଲାଷ୍ଟିକ୍‌ ବ୍ୟବହାର କମ୍‌ କରାଯିବା ସହ ଉପଯୁକ୍ତ ଡିସ୍ପୋଜ ପାଇଁ ପଞ୍ଚାୟତିରାଜ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରୀପାଠିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି କରାଯାଇଛି । ପ୍ରତ୍ୟେକ ଜିଲ୍ଲାରେ ପ୍ଲାଷ୍ଟିକ ୱେଷ୍ଟ ପ୍ରୋସେସିଂ ସେଣ୍ଟର ନିର୍ମାଣ କରାଯିବା ସହ ପ୍ଲାଷ୍ଟିକ ଉତ୍ପାଦନ ବନ୍ଦ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ପ୍ଲାଷ୍ଟିକ ବର୍ଜକୁ ରାସ୍ତା କାମରେ ଲଗାଇବାକୁ ପୂର୍ତ୍ତ ବିଭାଗକୁ ଦିଆଯିବ । ପ୍ଲାଷ୍ଟିକର ବିକଳ୍ପ ଭାବେ କପଡା ଓ କାଗଜ ବ୍ୟାଗ ତିଆରି କରିବେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ । ସୂଚନା ଅନୁଯାୟୀ ଗାନ୍ଧି ଜୟନ୍ତୀରେ ସମଗ୍ର ଦେଶରେ ସିଙ୍ଗିଲ୍‌ ୟୁଜ୍‌ ପ୍ଲାଷ୍ଟିକ୍‌କୁ ବ୍ୟାନ୍‌ କରାଯାଇଥିଲା । ଓଡ଼ିଶାରେ ମଧ୍ୟ ରାଜ୍ୟ ସରକାର ବ୍ୟାନ୍‌ କରିଥିଲେ । ଏଥିପାଇଁ ବ୍ୟାପକ ସଚେତନତା ମଧ୍ୟ କରାଯାଇଥିଲା । ତଥାପି ଏହି କରିବା ସତ୍ତ୍ୱେ କେତେ ଅସାଧୁ ବ୍ୟବସାୟୀ ପଲିଥିନ୍‌ କାରବାର କରୁଥିବା ନେଇ ମାର୍କେଟ୍‌ରେ ଦେଖିବାକୁ ମିଳୁଛି ଯାହାକୁ ନେଇ ପ୍ରଶାସନର ଚିନ୍ତା ବଢିଯାଇଛି । ତେବେ ଦୁଇଦିନ ତଳେ ବାଲେଶ୍ୱର ଟାଉନ୍‌ରେ ଏକ ହାଟରେ ପ୍ରଶାସନ ପକ୍ଷରୁ ଚଢ଼ଉ କରାଯାଇଥିବା ବେଳେ ବିପୁଳ ପରିମାଣରେ ପଲିଥିନ୍‌ ମିଳିଥିଲା । ଜିଲ୍ଲା ପ୍ରଶାସନ ପଲିଥିନ୍‌ ଜବତ କରିବା ସହିତ ଦୋକାନୀଙ୍କୁ ଜୋରିମାନା ମଧ୍ୟ କରିଥିଲା । ଏହାପରେ ଦୋକାନୀମାନେ ହୁଏତ ଆଉ ପଲିଥିନ୍‌ ବିକ୍ରି କରିପାରନ୍ତି ନାହିଁ ବୋଲି ଅନୁମାନ କରାଯାଉଥିବା ଜଣାପଡିଛି ।