ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସମନ୍ୱିତ ଶିଶୁ ବିକାଶ ସେବା ପ୍ରକଳ୍ପ ପକ୍ଷରୁ ଆଜି ସମନ୍ନିତ ଶିଶୁ ବିକାଶ ଯୋଜନା ପ୍ରକଳ୍ପ କାର୍ଯ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଡକ୍ଟର ସାର ସରୋଜ ବର୍ମା ଯୋଗ ଦେଇଥିଲେ । ଏଥିରେ ଏଭଳି କାର୍ଯ୍ୟକ୍ରମ କରି ମା’ କ୍ଷୀରର ଉପାଦେୟତା ତଥା ସଚେତନତା କରେଇବା ମୁଖ୍ୟ ଉଦ୍ଦେଶ୍ୟ ରହିଛି । ମା’ କ୍ଷୀର ଅଟେ ଅମୃତ ତୁଲ୍ୟ । ଏହା ମାନବ ସମାଜ ନିମନ୍ତେ ଏକ ଅମୁଲ୍ୟ ଉପହାର । ଏହା ଭଗବାନଙ୍କ ଶିଶୁ ପାଇଁ ସର୍ବେତ୍କୋଷ୍ଟ ଦାନ । ଏହି ସଚେତନତା ଉତ୍ସବ ୧ ଠାରୁ ଆରମ୍ଭ ହୋଇ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ ବୋଲି ସୂଚନା ମିଳିଛି । ତେଣୁ ମା’ ମାନଙ୍କୁ ନିଜ ଶିଶୁକୁ ସ୍ତନ୍ୟପାନ କରାଇବା ଏହାର ମୂଳ ଉଦ୍ଦେଶ୍ୟ ଜନ୍ମର ଏକ ଘଣ୍ଟା ମଧ୍ୟରେ ଶିଶୁକୁ ସ୍ତନ୍ୟପାନ କରାଇଲେ ସାରା ବିଶ୍ୱରେ ଏକ ନିୟୁତ ଶିଶୁ ମୃତ୍ୟୁ ମୁଖରୁ ରକ୍ଷା ପାଇବେ । ପ୍ରତ୍ୟେକ ମା’ ନିଜ ଶିଶୁକୁ ଜନ୍ମ ହେବା ଛଅ ମାସ ଯାଏଁ ସ୍ତନ୍ୟପାନ କରାଇଲେ ୨୨ ପ୍ରତିଶତ ଶିଶୁ ରୋଗ ମୁଖରୁ ରକ୍ଷା ପାଇବେ ବୋଲି କୁହାଯାଇଛି । ଏହି ଅବସରରେ ସର୍ବ ଶେଷରେ ଏକ ସଚେତନତା ରାଲି କରି ସମସ୍ତ କର୍ମୀ ସହାୟିକା, ସୁପରଭାଇଜର ଆଙ୍କୁଲି, ଲାଞ୍ଜିପାଲି ସହର ପରିକ୍ରମା କରିଥିଲେ । ଏଥିରେ ସୁପରଭାଇଜର ଗୀତାଞ୍ଜଳି ପାଣିଗ୍ରାହୀ, ପଦ୍ମନୀ ପଟ୍ଟନାୟକ, ଲକ୍ଷ୍ମୀ ସାବତ, ରାଜଲକ୍ଷ୍ମୀ, ଡ. ଏମକେସିଜି ସରୋଜ କୁମାର ବର୍ମା ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା