ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ନାମ୍ପୋ ସେବା ସମବାୟ ସମିତି ପରିସରରେ ସମବାୟ ସମିତିର ବିଭିନ୍ନ ନିତୀ ନିୟମ ସଦସ୍ୟ ଓ ସଦସ୍ୟାଙ୍କ ନାମ ପଂଜିକରଣ ଓ କୃଷି ସର୍ମ୍ପକୀୟ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ସେବା ସମବାୟ ସମିତିର ସଭାପତି ତଥା ବାଲେଶ୍ୱର ଓ ଭଦ୍ରକ ସେବା ସମବାୟ ବ୍ୟାଙ୍କର ଡିରେକ୍ଟର ମାନସ କୁମାର ଜେନା ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥିଭାବେ ବିଧାୟକ ଅଶ୍ୱିନୀ କୁମାର ପାତ୍ର ଯୋଗ ଦେଇ ନବୀନ ପଟ୍ଟନାୟକଙ୍କ ଅମଳରେ କୃଷିକୁ ପ୍ରାଧାନ୍ୟ ଦେଇ ସମବାୟ ସମିତି ଜରିଆରେ ବିଭିନ୍ନ ସହାୟତା ଦିଆଯାଉଥିବା ସର୍ମ୍ପରେ କହିଥିଲେ । ଏଥିରେ ଏସ୍ଏଆର୍ସିଏସ୍ ସମ୍ଭୁନାଥ ନାୟକ, ଗୌରଚନ୍ଦ୍ର ଭୂୟାଁ, ବାରିପଦାର ସିସିଏମ୍ ଅଧ୍ୟକ୍ଷ ପାର୍ବତୀ ପାଣିଗ୍ରାହୀ, ଅଧ୍ୟାପକ ରଣଜିତ୍ କୁମାର ସାହୁ, ଜଳେଶ୍ୱରସ୍ଥିତ ସମବାୟବ୍ୟାଙ୍କର ଶାଖା ପରିଚାଳକ ମୃତ୍ୟୁଞ୍ଜୟ ପ୍ରଧାନ, ମାର୍କେର୍ଟ ୟାର୍ଡର ସଭାପତି ଅଜୟ ସାମଲ ବ୍ୟକ୍ତବ୍ୟ ରଖିଥବା ବେଳେ ନାମ୍ପୋ ସମବାୟ ସମିତିର ସଂପାଦକ ରଂଜନ କୁମାର ପତି ଏପରି ସଚେତନତା ଶିବିରର ଆବଶ୍ୟକତା ସଂପର୍କରେ କହିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା