ସମସ୍ତଙ୍କ ପାଇଁ ଶିକ୍ଷାକୁ ସଚେତନ କରାଇବା ଲକ୍ଷରେ ଶିକ୍ଷା ସଚେତନ ଶିବିର ଅନୁଷ୍ଠିତ …

ଢେଙ୍କାନାଳ ( ଶୁଭମ ପାଣି ) ଢେଙ୍କାନାଳ ଗୋବିନ୍ଦପୁର ମହର୍ଷି ଦୟାନନ୍ଦ ସର୍ଭିସମିଶନ ସଭାମଣ୍ଡପ ପରିସରେ ସମସ୍ତଙ୍କ ପାଇଁ ଶିକ୍ଷା ସଚେତନତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିରେ ସମ୍ପାଦକ ପ୍ରଦୀପ କୁମାର ସାହୁ ସଭାପତିତ୍ୱ କରିଥିଲେ । କିଟ, କିସ, କିମସ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଶିବିରରେ ଅବସର ପ୍ରାପ୍ତ ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଶିଶୁ ମଙ୍ଗଳ କମିଟିର ସଦସ୍ୟ ନିରଞ୍ଜନ ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସମସ୍ତଙ୍କ ପାଇଁ ଶିକ୍ଷା ସଚେତନତା ସଂପ୍ରତି ବିଶ୍ୱର ମୌଳିକ ଆବଶ୍ୟକତାରେ ପରିଣତ ହୋଇଛି ଏବଂ ଏହି ଲକ୍ଷ ଓ ଆଦର୍ଶକୁ ଅନୁପ୍ରାଣିତ ହୋଇ ଏହି ଅନୁଷ୍ଠାନର ପ୍ରତିଷ୍ଠାତା ତଥା ରାଜ୍ୟ ସଭା ସାଂସଦ ଡ.ଅଚ୍ୟୁତ ସାମନ୍ତଙ୍କ ନିରନ୍ତର ପ୍ରୟାସ ଯୋଗୁଁ ସବୁ କ୍ଷେତ୍ରରେ ସଫଳତା ଅର୍ଜନ କରୁଛି । ଢେଙ୍କାନାଳ ଜିଲ୍ଲା ସଂଯୋଜକ ତଥା ବ୍ରଜନାଥ ବଡଜେନା ଉଚ୍ଚବିଦ୍ୟାଳୟର ବରିଷ୍ଠ ବିଜ୍ଞାନ ଶିକ୍ଷକ ଡ.ଦେବୀପ୍ରସାଦ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଶିକ୍ଷା ସମାଜରେ ପରିବର୍ତ୍ତନର ମୁଖ୍ୟ ସୂତ୍ରଧାର ଓ ଯେଉଁ ଜାତି ଯେତେ ଶିକ୍ଷିତ ସେହି ଜାତି ସେତେ ଉନ୍ନତ ବୋଲି କହିବା ସହ ଅନୁଷ୍ଠାନର ପୃଷ୍ଠଭୂମି, ଶୃଙ୍ଖଳିତ ପରିଚାଳନା ପ୍ରତି ଭୁୟସୀ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଅକ୍ଷୟ କୁମାର ସାହୁ ପରିଚାଳନା କରିଥିବା ବେଳେ କିଟର ଡେପୁଟି ମେନେଜର ମାନସ ମିଶ୍ର ଧନ୍ୟବଦ ଅର୍ପଣ କରିଥିଲେ ।