

ଛତ୍ରପୁର (ସମୃଦ୍ଧ ଓଡିଶା) କରୋନା ମାହାମାରୀ ସମୟରେ ସଂକ୍ରମଣ ସ୍ଥିତି ବିଗିଡିବାରେ ଲାଗିଥିବାରୁ ସମସ୍ତ ପରୀକ୍ଷା ଅନଲାଇନ୍ କରିବା ପାଇଁ ଗଞ୍ଜାମ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ବିକାଶ ପଶୁପାଳକ ଏବଂ ଗଞ୍ଜାମ ଜିଲା ଯୁବ କଂଗ୍ରେସ ସଭାପତି ଚିନ୍ମୟ କୁମାର ହୋତାଙ୍କ ଅଧକ୍ଷତାରେ ଛତ୍ରପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇ ଅନଲାଇନ ପରୀକ୍ଷା କରିବା ପାଇଁ ଦାବି କରାଯାଇଛି । ଏହି ଅବସରରେ ଛତ୍ରପୁର ଖେଳ ପଡିଆ ଠାରୁ ଏକ ରାଲି ବାହାର କରାଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଛାତ୍ର କଂଗ୍ରେସ ସଭାପତି ବିକାଶ ପଶୁପାଳକ, ଯୁବ କଂଗ୍ରେସ ସଭାପତି ଚିନ୍ମୟ କୁମାର ହୋତା, ଯୁବ ନେତା ବଳିଆ ବେହେରା, ଜଲାଲ ଖାଁ, ଛାତ୍ର ନେତା ମହେଶ କୁମାର ଗୌଡ଼, ରାକେଶ କୁମାର ଆଚାର୍ଯ୍ୟ, ମୁନା ଦାସ୍, ଚକ୍ରପାଣି ପଳାଇ, ଭବାନୀ ସାହୁ, ତୋଫାନ୍ ପ୍ରଧାନ, ସିଦ୍ଧାନ୍ତ ସାହୁ, ଦେବାଶିଷ ମହାନ୍ତି ପ୍ରମୁଖଙ୍କ ସମେତ ବହୁ ଛାତ୍ର ସାମିଲ ହୋଇଥିଲେ ।



I agree
I agree