
ଛତ୍ରପୁର (ସମୃଦ୍ଧ ଓଡିଶା) ସମାଜସେବି ତଥା ପୂବର୍ତନ ଜିଲ୍ଲା ପରିଷଦ ସଭ୍ୟ କ୍ରିତନ ଦାସ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି ।ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ପଞ୍ଚାୟତର ବାଦପୁଲି ଗ୍ରାମରେ କିଛି ଦିନ ତଳେ କରୋନା ପଜିଟିଭ୍ ବାହାରିବା ପରେ ଏହି ଗ୍ରାମରେ ସରପଞ୍ଚ ରେଡ୍ ଜୋନ ଘୋଷଣା କରିଛନ୍ତି । ଏହି ସମୟରେ ଲୋକମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି । ଏହିଭଳି ପରିସ୍ଥିତିରେ ମହତ୍ତ୍ଵ ବିଜେପି ନେତା ଦୁଃଖ ସୁଖର ସାଥି ତଥା ପୂବର୍ତନ୍ନ ଜିଲ୍ଲା ପରିଷଦ ସଭ୍ୟ କ୍ରିତନ ଦାସଙ୍କ ପରିବାରର ପକ୍ଷରୁ ଏହି ଗ୍ରାମର ୯୫ ପରିବାରକୁ ସୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି । ଆର୍ଥୀକ ଅନାଟନ ମଧ୍ୟରେ ଚାଉଳ ଗୋଟିଏ ପେକେଟ ସହ ତେଲ, ବାଟୁଳା, ଆଳୁ, ମାସ୍କ, ସେନିଟାଇଜ, ସାମଗ୍ରୀ ପ୍ରତି ପରିବାରକୁ ବଣ୍ଟନ କରିଥିବା ଜଣାପଡିଛି । ଏହି ବଣ୍ଟନ ସମୟରେ କମଳା ପାହାନ, ଆଲୋକ ପାହାନ, ଶୁସାନତ ପାହାନ, ପୂର୍ଣ ଚନ୍ଦ୍ର ଦାସ, ଅଜୟ ଦାସ, ମମତା ଦାଶ, ଜୟନ୍ତୀ ଦାସ, ସମେତ ସମସ୍ତ ସଦସ୍ୟ କାର୍ଯ୍ୟରେ ସହଯୋଗ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା