ଜଳେଶ୍ଵର (ସମୃଦ୍ଧ ଓଡିଶା) ଜଳେଶ୍ଵର ଆଇ.ଡି.ବି.ଆଇ, ବ୍ୟାଙ୍କର କାର୍ଯରତ ସ୍ଵିକୁରିଟି ଗାର୍ଡ ଓ ବିଜେପି ଦଳର ଯୁବ ନେତା ନଗେନ୍ଦ୍ର ବଡୁ ଗ୍ରାମ, ସାନରାଉତପଡ଼ାଙ୍କର ଅଧିକ ଏସିଡିଟି ଓ ହୃଦଘାତରେ ଅକାଳ ବିୟୋଗ ହୋଇଛି । ଘଟଣାରୁ ଜଣା ପଡ଼ିଛି କି, ଗତ ୨୬ ତାରିଖ ଅପରାହ୍ନରେ ତାଙ୍କର ପ୍ରବଳ ଏସିଡିଟି ସହିତ ହୃଦଘାତ ହେବାରୁ ପ୍ରଥମେ ଜମାଳପୁର ପରେ ତହିଁ ପରଦିନ ଅର୍ଥାତ ୨୭ ତାରିଖ ସକାଳା ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାକୁ ଓ ସେଠାରୁ ଆଜି ସକାଳା କଟକ ବଡ଼ ଡାକ୍ତରଖାନାକୁ ପଠେଇ ଦିଆ ଯାଇ ଥିଲା, ସେଠାରେ ମଧ୍ୟ ଡାକ୍ତର ମନା କରିବାରୁ ଭୁବନେଶ୍ୱର କେଆର ହସ୍ପିଟାଲକୁ ନେଇଯାଇ ଥିଲେ ଓ କେଆର ହସ୍ପିଟାଲର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ବଡୁଙ୍କର ପିଲା ପିଲି ନ ଥିବା ବେଳେ ତାଙ୍କର ୭ ମାସର ଗର୍ଭବତୀ ଥିବା ଜଣାପଡ଼ିଛି ଏବଂ ସେ ଜଣେ ଭଲ ସଂଗଠକ ହିସାବରେ ପରିଚିତ ଥିଲେ । ତାଙ୍କ ଶେଷ ଦର୍ଶନ ପାଇଁ ଜଳେଶ୍ଵର ବ୍ଲକ ଉପାଧକ୍ଷ ବ୍ରଜ ମୋହନ ପ୍ରଧାନ, ଆଇ.ଡି.ବି.ଆଇ, ବ୍ୟାଙ୍କର ସମସ୍ତ କର୍ମକର୍ତ୍ତା, ଜଳେଶ୍ଵର ଏଲ.ଆଇ.ସି,ର ଅଭୀକର୍ତ୍ତା ସଂଘଠନର ସଭାପତି ଭାସ୍କର ଚନ୍ଦ୍ର ମିଶ୍ର, ସମ୍ପାଦକ ମନୋରଞ୍ଜନ ଦାସ,ଓ କୋଷାଧ୍ୟକ୍ଷ ହେରମ୍ବ ପ୍ରସାଦ ନନ୍ଦ, ସମାଜସେବୀ ହେମନ୍ତ ଜେନା,ରଣଜିତ ପରିଡ଼ା, ନଗେନ୍ଦ୍ର ଜେନା ବିଜେପି ଦଳ ତରଫରୁ ସାଂସଦ ପ୍ରତିନିଧି ଶାନ୍ତନୁ ପଟ୍ଟନାୟକ, ଜଳେଶ୍ଵର ବିଜେପି ପୌର ସଭାପତି ଫାଲଗୁନି ପାଣିଗ୍ରାହୀ, ରବୀନ୍ଦ୍ର ପାତ୍ର, ରାଜେଶ ମହାପାତ୍ର, ସୁର ଝଙ୍କାର ସେଠୀ, ସ୍ମୃତିରଞ୍ଜନ ସେନାପତି, ସ୍ଵାଧୀନ ବିଜୟ ପଣ୍ଡା, ଦେବ ଦତ୍ତ ପ୍ରମୁଖ ଓ ଗ୍ରାମବାସୀ ଏବଂ ପଡ଼ୋଶୀ ଗ୍ରାମର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ହୋଇ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣେଇବା ସହିତ ବଡୁଙ୍କର ଆତ୍ମାର ସଦଗତି କାମନା କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା