

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଛତ୍ରପୁର ଠାରେ ସମାଜସେବୀ ସାକୁରା ବେହେରାଙ୍କ ସପ୍ତମ ତମ ଶ୍ରାଦ୍ଧବାର୍ଷିକୀ ସମାରୋହ ପାଳିତ ଅବସରରେ ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏକ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ସର୍ବମୋଟ ଏକ ଶହ ୟୁନିଟ ରକ୍ତ ସଂଗ୍ରହ ହୋଇ ବ୍ଲଡ଼ ବ୍ୟାଙ୍କକୁ ପ୍ରଦାନ କରାଯାଇଛି । ଏହି ମେଗା ରକ୍ତଦାନ ଶିବିର ନିୟୁ ରିଡିଙ୍ଗ ରୁମ ପରିସରରେ ଏବଂ ଶ୍ରଦ୍ଧାଞ୍ଜଳି ସମାରୋହ ସ୍ଥାନୀୟ ଲକ୍ଷ୍ମଣ ଭବନ ପରିସରରେ ଅନୁଷ୍ଠିତ କରାଯାଇଛି । ସର୍ବଶ୍ରୀ ଚିଙ୍କରା କୁମାର ବେହେରା, ଜଲାଲ ଖାଁନ, ଇଜୁ ଅମୀନ ଖାଁନ, ରୋଶନ ପାଣିଗ୍ରାହୀ, ରାଜ କୁମାର ନାୟକ, ଚିଦାନନ୍ଦ ପ୍ରଧାନ, ସୁବୋଧ ସୁମନ ସ୍ୱାଇଁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ । ଶ୍ରଦ୍ଧାଞ୍ଜଳି ସଭାରେ ଲକ୍ଷ୍ମଣ ଭବନ କ୍ଲବ ସମ୍ପାଦକ ସାଲ କ୍ରିଷ୍ଣାରେଡ୍ଡୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସିପିଆଇ ନେତା ଆଇନଜୀବୀ ଡ଼ି. ଆଦି ନାରାୟଣ ରେଡ୍ଡୀ, ନୀଳକଣ୍ଠ ଦାସ ପ୍ରମୁଖ ବହୁ ସିପିଆଇ ନେତା କର୍ମୀ ଯୋଗଦେଇ ସ୍ୱର୍ଗତ ସାକୁରା ବେହେରାଙ୍କର ସ୍ମୃତିଚାରଣ ସହ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା




