ସମାଜସେବୀ ସୁରେନ୍ଦ୍ର ମିଶ୍ରଙ୍କ ପରଲୋକରେ ଶୋକ ପ୍ରକାଶ…

ଢେଙ୍କାନାଳ (ସମୃଦ୍ଧ ଓଡିଶା) ଢେଙ୍କାନାଳର ବର୍ଷିଆନ ସାମ୍ବାଦିକ (ଭୁବନଶ୍ରୀର ସଂପାଦକ) ତଥା ବିଶିଷ୍ଟ ସାହିତ୍ୟିକ ଓ ଉତ୍କଳ ସାମ୍ବାଦିକ ସଂଘର ପ୍ରାକ୍ତନ ଉପଦେଷ୍ଠା, ଢେଙ୍କାନାଳ ଜିଲ୍ଲା ଲେଖକ ପରିଷଦର ସ୍ରଷ୍ଟା, ସମାଜସେବୀ ସୁରେନ୍ଦ୍ର ମିଶ୍ରଙ୍କର ଆଜି ୮୪ବର୍ଷ ବୟସରେ ଢେଙ୍କାନାଳ ସହରର କୁଞ୍ଜକାନ୍ତସ୍ଥିତ ବାସଭବନରେ ପରଲୋକ ଘଟିଛି । ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ସହକାରୀ ଶିକ୍ଷକ ଭାବରେ କବିଭୂଷଣ ସୃତିସଂସଦ, ବାଳକୃଷ୍ଣ ସାହିତ୍ୟ ସଂସଦ, ରେଣୁବାଳା ସୃତିସଂସଦ, ଢେଙ୍କାନାଳ ଜିଲ୍ଲା ଲେଖକ ସଂସଦର ଆଜୀବନ ସଦସ୍ୟ ଭାବରେ ଡ଼ା. ଦେବୀ ପ୍ରସାଦ ମିଶ୍ର ବ୍ୟକ୍ତିଗତ ଭାବରେ ଓ ଜିଲ୍ଲାର ବିଭିନ୍ନ ସାରସ୍ୱତ ଅନୁଷ୍ଠାନ ମାନଙ୍କ ପକ୍ଷରୁ ଏହି ମହାନ ଆତ୍ମାଙ୍କର ସଦଗତି କାମନା କରିଛନ୍ତି । ଏହି ଦୁଃଖଦ ସ୍ଥିତିରେ ସ୍ୱର୍ଗତ ସୁରେନ୍ଦ୍ର ବାବୁ(ଭୁବନଶ୍ରୀ)ଙ୍କର ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ଶୋକ ପ୍ରକଟ କରିବା ସଙ୍ଗେ ସଙ୍ଗେ ଭଗବାନ ସେମାନଙ୍କର ସହାୟ ହୁଅନ୍ତୁ ଏହା ହିଁ କାମନା କରିଛନ୍ତି । ତାଙ୍କର ସୁକନ୍ୟା ଶ୍ରୀମତୀ ଶ୍ୱେତପଦ୍ମା ମିଶ୍ର, ଶତାୟୁ, ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳରେ ସହକାରୀ ଶିକ୍ଷୟିତ୍ରୀ ଅଛନ୍ତି । ସେଥିପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ମୌସୁମୀ ସାହୁ, ଉଷାଦେବୀ, ବିଜୟରଶ୍ମି ମିଶ୍ର, ଡ଼ା.ଦେବୀ ପ୍ରସାଦ ମିଶ୍ର, ଡ଼ଃ ଅନୁପମା ମିଶ୍ର, ସୁରେଶ କୁମାର ପଣ୍ଡା, ଦେବରାଜ ରାଉତ, ଇତିଶ କୁମାର ବରାଳ, ସୁଭାଷ କୁମାର ନନ୍ଦ, ଧ୍ୟାନଚାନ୍ଦ ମିଶ୍ର, ସ୍ଵର୍ଣମୟୀ ଶତପଥୀ, ଜୟଶ୍ରୀ ମିଶ୍ର, ସୁନିତାବାଳା ଷଡ଼ଙ୍ଗୀ, କିଶୋର ଚନ୍ଦ୍ର ସାମଲ, ସ୍ୱାଗତିକା ରଥ, ସୁଜାତା ପଣ୍ଡା, ଅନୁପମା ପଣ୍ଡା, କ୍ଷୀରାବଧିତନୟା ମହାପାତ୍ର, ସୁଚିତ୍ରା ସାହୁ, ସୁବ୍ରତ ମିଶ୍ର, ସତ୍ୟ ନାରାୟଣ ମିଶ୍ର, ସୁବ୍ରତ ସ୍ୱାଇଁ, ପ୍ରଭାତ ପ୍ରଧାନ, ବାସୁଦେବ ରଣା, ମମତା ବେହେରା, ରୁଦ୍ରାକ୍ଷ ଗଡନାୟକ, ସନ୍ତୋଷ ଜେନା, ନରହରି ଗୋଛାୟତ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ରିପୋର୍ଟ : ଶୁଭମ ପାଣି