ସମାଜ ପକ୍ଷରୁ ରାଜ୍ୟ ସ୍ତରୀୟ ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା…

ଗୋପାଳପୁର (ସମୃଦ୍ଧ ଓଡିଶା) ସମାଜ ପକ୍ଷରୁ ଆଜି ରାଜ୍ୟ ସ୍ତରୀୟ ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକର ନାରାୟଣପୁର ସ୍ଥିତ ମାଁ ସରସ୍ୱତୀ ବିଦ୍ୟା ମନ୍ଦିର ପରିସରରେ ଆୟୋଜିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ପ୍ରବନ୍ଧରେ ସମୁଦାୟ ୪୭ ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ଚିତ୍ରାଙ୍କନର ବରିଷ୍ଠ ବିଭାଗରେ ୫୫ ଜଣ ଓ କନିଷ୍ଠ ବିଭାଗରେ ୫୫ ଜଣଙ୍କୁ ମିଶାଇ ସର୍ବମୋଟ ୧୫୫ ଜଣ ପ୍ରତିଯୋଗୀ ଅଶଂ ଗ୍ରହଣ କରିଥିଲେ । ଏହି ଅବସରରେ ପ୍ରବନ୍ଧ ପ୍ରତିଯୋଗିତାରେ ନାରାୟଣପୁର ମାଁ ସରସ୍ୱତୀ ବିଦ୍ୟା ମନ୍ଦିରର ଛାତ୍ର ଏନ.ମୋହନ ରେଡ୍ଡୀ ପ୍ରଥମ ହୋଇଥିବା ବେଳେ ପଞ୍ଚାୟତ ହାଇସ୍କୁଲ ନାରାୟଣପୁରର ଛାତ୍ର ସୁନିଲ ସେଠୀ ଦ୍ୱିତୀୟ ଓ ମାଁ ସରସ୍ୱତୀ ବିଦ୍ୟା ମନ୍ଦିରର ଛାତ୍ର ଯଶୋବନ୍ତ ସାସମଲ ତୃତୀୟ ହୋଇଥିଲେ । ସେହିପରି ଚିତ୍ରାଙ୍କନ କନିଷ୍ଠ ବିଭାଗରେ ଗୋଳନ୍ଥରା ଏସଏମ ପବ୍ଲିକ ସ୍କୁଲର ଛାତ୍ର ଆଶିଷ କୁମାର ପ୍ରଧାନ ପ୍ରଥମ, ନାରାୟଣପୁର ମାଁ ସରସ୍ୱତୀ ବିଦ୍ୟା ମନ୍ଦିରର ଛାତ୍ରୀ ରୋକ୍ସିତା ବେହେରା ଓ ଛାତ୍ର କେ.ଗିରି ରେଡ୍ଡୀ ପ୍ରମୁଖ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ । ବରିଷ୍ଠ ବିଭାଗରେ କେନ୍ଦ୍ରୀୟ ବିଦ୍ୟାଳୟ ଗୋପାଳପୁର ମିଲିଟାରୀ ଷ୍ଟେସନର ଛାତ୍ର ସୁବାଶିଷ ଶତପଥୀ ପ୍ରଥମ, ନାରାୟଣପୁର ମାଁ ସରସ୍ୱତୀ ବିଦ୍ୟା ମନ୍ଦିର ର ଛାତ୍ର ରୁଦ୍ର ମାଧବ ବେହେରା ଓ ଏ.ରୋହିତ ପ୍ରମୁଖ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଦଖଲ କରିଥିଲେ । ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ସମାଜ ରଙ୍ଗେଇଲୁଣ୍ଡା ବ୍ଲକ ପ୍ରତିନିଧି ରାଜିବ ଲୋଚନ ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ୫୫ ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ଶିଶିଭୂଷଣ ମହାନ୍ତି ଯୋଗ ଦେଇ ଛାତ୍ରଛାତ୍ରୀ ମାନେ ସବୁ ସମୟରେ ସବୁ କ୍ଷେତ୍ରରେ ପ୍ରତିଯୋଗୀମୂଳକ ମନୋଭାବ ପ୍ରତିପୋଷଣ ପୂର୍ବକ ଆଗକୁ ବଢିବାକୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ରଙ୍ଗେଇଲୁଣ୍ଡା ବ୍ଲକ ଗୋଷ୍ଠୀ ଅତିରିକ୍ତ ଶିକ୍ଷା ଅଧିକାରୀ ଲୋକନାଥ ପାଢ଼ୀ, ସ୍ଵେଛାକୃତ ସେବା ନିର୍ବୃତ ଶିକ୍ଷକ ତଥା ସମାଜସେବୀ ଅନନ୍ତ ନାରାୟଣ ମହାନ୍ତି, ସି ଆର ସି ସି ରାଜେନ୍ଦ୍ର ବେହେରା, ନାରାୟଣପୁର ସରପଞ୍ଚ ତଥା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଆର ହିମାଂଶୁ ପ୍ରସାଦ, ସମିତି ସଭ୍ୟ ଭି.ସର୍ବେଶ୍ୱର ରାଓ, ବିଦ୍ୟାଳୟ ପରିଚାଳନା କମିଟି ସମ୍ପାଦକ ଆର ହରିବନ୍ଧୁ ରେଡ୍ଡୀ, ନାରାୟଣପୁର ହାଇସ୍କୁଲର ଶିକ୍ଷୟତ୍ରୀ ସୁଖଲତା ତ୍ରିପାଠୀ, ସମ୍ବାଦିକ ବାବୁ ପଟ୍ଟନାୟକ ଓ ଅନୀଲ ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ରହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଆର ଜଗନ୍ନାଥ ରେଡ୍ଡୀ, ଶିକ୍ଷକ ସତ୍ୟ ନାରାୟଣ ପଣ୍ଡା, ଲୋକନାଥ ପଣ୍ଡା, ଝୁମୁରି ପଣ୍ଡା, ଜଗବନ୍ଧୁ ପ୍ରଧାନ, ତପନ କୁମାର ପଣ୍ଡା, ତପନ କୁମାର ଲିମା, ସଂଯୁକ୍ତା ବେହେରା, ସ୍ନେହ ଲତା ବେହେରା, ମିନତୀ ବେହେରା, ତ୍ରବେଣୀ ବେହେରା, ରୀନା ସାହୁ, ପ୍ରଦୀପ କୁମାର ନାୟକ, ଲଳିତ କୁମାର ନାୟକ, ମୁନ୍ନା ନାୟକ ଓ ଚନ୍ଦ୍ରମଣି ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା