

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ‘ସମାଜ’ ବ୍ରହ୍ମପୁର ସଂସ୍କରଣର ୧୧ତମ ସ୍ଵନକ୍ଷତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହା ବ୍ରହ୍ମପୁର ଡାଇମଣ୍ଡ ଜୁବୁଲି ଟାଉନ ହଲ ଠାରେ ଅନୁଷ୍ଠିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୁଳସଚିବ ନାଇଜର ଭୁବନେଶ୍ୱରର ଡ଼. ଅଭୟ କୁମାର ନାଏକ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାରସ୍ୱତ ସାଧିକା ଡ଼. ଶକୁନ୍ତଳା ବଳିଆରସିଂ, ସମ୍ମାନିତ ଆତିଥି ଭାବେ ବ୍ରହ୍ମପୁର ମହାନଗର ନିଗମର ଆଇଏଏସ କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ଯୋଗ ଦେଇ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ । ଏହି ଅବସରେ ଅତିଥିମାନଙ୍କୁ ପୁଷ୍ପଗୁଛ ପ୍ରଦାନ କରି ସ୍ୱାଗତ କରାଯାଇଥିଲା । ଏହାପରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରଦୀପ ପ୍ରଜ୍ଜ୍ଵଳନ କରାଯାଇ କାଶ୍ମୀରର ପୁଲୱାମାରେ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ଦେଶାତ୍ମକବୋଧ ସଙ୍ଗୀତ ‘ଏ ମେରେ ୱତନକେ ଲୋଗୋ’ ପରିବେଷଣ ଓ ବୀର ଅମର ସହିଦ ଯବାନଙ୍କ ସ୍ମୃତିରେ ନିରବ ପ୍ରାର୍ଥନା କରାଯାଇଥିଲା । ଏଥିରେ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଆଜୀବନ କର୍ମୀ ଲୋକସେବକ ମଣ୍ଡଳର ରାଜେନ୍ଦ୍ର କୁମାର ଜେନା । ବାର୍ଷିକ ବିବରଣୀ ପାଠ କରିଥିଲେ ବ୍ରହ୍ମପୁର ସଂସ୍କରଣ ଶାଖା ପରିଚାଳକ ଦଣ୍ଡପାଣି ପ୍ରଧାନ । ଉଦବୋଧନ କରିଥିଲେ ଓଡିଶା ବ୍ୟୁରୋ ମୁଖ୍ୟ “ସମାଜ’ର ସମରେନ୍ଦୁ ଦାସ ଓ ‘ସମାଜ’ ସମ୍ପାଦକ ବାମାପଦ ତ୍ରିପାଠୀ । ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୬ ପ୍ରତିଭାଧାରୀଙ୍କୁ ସମ୍ମାନିତ କରାଯାଇଛି । ବ୍ରହ୍ମପୁର ସଂସ୍କରଣର ସ୍ୱତନ୍ତ୍ର ଶିକ୍ଷା ପୃଷ୍ଠା ‘ପ୍ରଶ୍ନ ପ୍ରଶ୍ନ’ ପ୍ରସ୍ତୁତିରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ୧୬ ଜଣ ଶିକ୍ଷକଙ୍କୁ ସମ୍ମାନିତ କରାଯାଇଛି । ଶେଷରେ ଧବ୍ୟବାଦ ଅର୍ପଣକରି ଥିଲେ ବ୍ରହ୍ମପୁର ସଂସ୍କରଣ ଡେକ୍ସ ଇନଚାର୍ଜ ସୁଦର୍ଶନ ନାୟକ ।
ରିପୋର୍ଟ : ଜିଲ୍ଲା ସ୍ଵତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା






