

ଗୋପାଳପୁର (ସମୃଦ୍ଧ ଓଡିଶା) ୭୦ତମ ଗୋପାଳପୁର ସାଗର ଆଳତି ସମ୍ପୂର୍ଣ ହୋଇଛି । ଏଥିରେ ଶ୍ରୀ ପୁରୁଷୋତ୍ତମ ଜଗନ୍ନାଥ ଚେତନା ଫୋୖଣ୍ଡସନ ବ୍ରହ୍ମପୁର ଓ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଗୋପାଳପୁର ସଭ୍ୟ ଓ ଜନ ସାଧାରଣ, ଯୋଗ ଦେଇଥିଲେ । ଗୀତାବାଛସପଟି ଶ୍ରୀ ପଦ୍ମ ଚରଣ ଦାସ ଆଳତି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାନମାନିତା ଅତିଥି ଭାବରେ କେଶରୀଆ ହିନ୍ଦୁ ବାହିନୀର ଶ୍ରୀ ମଧୁସୂଦନ ସାହୁ, ସୂର୍ଯ୍ୟ ନାରାୟଣ ଦାସ, ଗଜେନ୍ଦ୍ର ଚୌଧୁରୀ, ଅରୁଣ କୁମାର ପାଣିଗ୍ରାହୀ, ଯୁବ ବାହିନୀ, ଯୋଗଦେଇ ଥିଲେ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଶ୍ରୀମତୀ ରଶ୍ମି ରେଖା ଦାସ ଭକ୍ତି ସଂଗୀତ ଗାନ କରିଥିଲେ । ବିନୋଦ ଦାସ, ଜିବନ, ସବ୍ୟସାଚୀ ଦାସ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପଞ୍ଚୁ ବେହେରା ଧନ୍ୟବାଦ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା