

ଛତ୍ରପୁର (ସମୃଦ୍ଧ ଓଡିଶା) ନାଭାଲ୍ ଏନ.ସି.ସି ପକ୍ଷରୁ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଏନ୍.ସି.ସି କ୍ୟାଡେଟ୍ ମାନେ ଏନ୍.ସି.ସି ସଙ୍ଗୀତ ଗାନ କରି ସମ୍ବିଧାନ ଦିବସ ବିଷୟରେ ବକୃତା ପ୍ରଦାନ କରିଥିଲେ । ଏହି ସଭାଟିକୁ ନାଭାଲ୍ ସିଟିଓ(CTO) ମନୋରଞ୍ଜନ ମହାରଣା ଆୟୋଜନ କରିଥିଲେ । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ କିଶୋର କୁମାର ବେହେରା ସଭାପତିତ୍ବ କରିବା ସହ ଭାରତୀୟ ସମ୍ବିଧାନର ଇତିହାସ ବିଷୟରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ମହାବିଦ୍ୟାଳୟର RDC-୨୦୧୯ ନୁଆଦିଲ୍ଲୀରେ ଭାଗ ନେଇଥିବା ଛାତ୍ରୀ ଭାଗ୍ୟଶ୍ରୀ ବେହେରା ଓ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଛାତ୍ର ବିଶ୍ଵଜିତ ବେହେରାଙ୍କୁ ସମ୍ବୋଧିତ କରାଯାଇଥିଲା । ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟାପକ ବାଦଲ ସାହୁ ଏବଂ ପ୍ରଦ୍ୟୁମ୍ନ ମଢେଇ ଯୋଗ ଦେଇଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା

