ଢେଙ୍କାନାଳ (ସମୃଦ୍ଧ ଓଡିଶା) ଅନୁସୂଚିତ ଜାତି, ଜନଜାତି, ମହିଳା ଓ ବିପିଏଲ ଶ୍ରେଣୀର ପିଲାମାନଙ୍କୁ ମାଗଣା ଡ୍ରାଇଭିଂ ଟ୍ରେନିଂ ଯୋଗାଇବା ବଦଳରେ ଢେଙ୍କାନାଳ ଆରଟିଓ, ଏମଭିଆଇ ଓ ଡ୍ରାଇଭିଂ ଟ୍ରେନିଂ ସେଣ୍ଟରଙ୍କ ନିମ୍ଵଲିଖିତ ଦୁର୍ନୀତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବି ନେଇ ସମ୍ବିଧାନ ବଞ୍ଚାଅ ସଂଘର୍ଷ ସମିତି ଓ ବିଏସପି ଢେଙ୍କାନାଳ ଶାଖା ତରଫରୁ ଗଣଧାରଣା ସହ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ଦୁର୍ନୀତି ଗୁଡିକ ହେଲା – ଢେଙ୍କାନାଳ ଜିଲ୍ଲାରେ ସ୍ୱୀକୃତିପ୍ରାପ୍ତ ଡ୍ରାଇଭିଂ ଟ୍ରେନିଂ ସେଣ୍ଟର ମାଲିକମାନେ ମାଗଣା ତାଲିମ ନେଉଥିବା ପିଲାମାନଙ୍କଠାରୁ MVIଙ୍କୁ ଦେବା ନାମରେ ୧୫୦୦ ଟଙ୍କା ଚାନ୍ଦା ସଂଗ୍ରହ କରାଯାଇଛି, ତିନିମାସ ଟ୍ରେନିଂ ସମୟକୁ ୮ ମାସ ହେଲାଣି ପ୍ରମାଣପତ୍ର ଦିଆଯାଉନାହିଁ, ଦ୍ୱିତୀୟ ଥର ଟେଷ୍ଟ ଫେସ କରିବା ପାଇଁ ଅଧିକ ୧୫୦୦ ଟଙ୍କା ଦେବାକୁ ଟ୍ରେନିଂ ସେଣ୍ଟରଙ୍କ ଦାବି, ଟ୍ରେନିଂ ପିଲାମାନଙ୍କୁ ଷ୍ଟାଇପେଣ୍ଡ ଦେଉନାହାନ୍ତି, ଅନ୍ୟୁନ ୩୦୦ ପିଲାଙ୍କ ମଧ୍ୟରୁ ୬୦ ଜଣ HMV Test ଏବଂ ୫୦ ଜଣ LMV Test ଦେଇଛନ୍ତି । କିନ୍ତୁ ଅନ୍ୟ ପିଲାମାନେ ବିଭିନ୍ନ ଅଫିସ ଯାଇ ଯାଇ ଥକି ପଡିଲେଣି ତଥାପି କୌଣସି ଅନୁଷ୍ଠାନ ଶୁଣୁନାହାନ୍ତି, ମାର୍ଚ୍ଚ ୨୦ ତାରିଖ ସୁଦ୍ଧା ସେମାନଙ୍କ ଟ୍ରେନିଂ ସମାପ୍ତ ନକଲେ ସେମାନଙ୍କ ବୈଧତା ସମାପ୍ତ ହୋଇଯିବ, ଟ୍ରେନିଂ ପିଲାମାନଙ୍କୁ ଯଥାଶୀଘ୍ର ଟେଷ୍ଟ କରାଇ ସାର୍ଟିଫିକେଟ ପ୍ରଦାନ କରିବା ସହିତ ଷ୍ଟାଇପେଣ୍ଡ ସମୟାନୁସାରେ ପ୍ରଦାନ କରାଯାଉ । ଏହି କାର୍ଯ୍ୟକ୍ରମରେ ଚନ୍ଦନ ସେନାପତି, ସଂଗ୍ରାମ ବେହେରା, ସୁଶାନ୍ତ ପାତ୍ର, ମର୍କଟଧର ସାମନ୍ତ, ଚିତ୍ରସେନ ନାୟକ, ରାଜୁ ବେହେରା, ବିକାଶ ନାୟକ, ଦୁଷ୍ମନ୍ତ ନାୟକ, ଶ୍ରୀନିବାସ ପଣ୍ଡା, ରାଜେଶ ପରିଡା, ପ୍ରଦ୍ୟମନା ବେହେରା, ଅମୁଲ୍ୟ ନାୟକ, ସଂଜୟ କୁମାର ପ୍ରଧାନ, ଅସ୍ପିନି କୁମାର ପ୍ରଧାନ, ଆଲୋକ ସାହୁ, ସୁଶୀଲ ସାହୁ, ସାଗର ସାହୁ, ବିଶ୍ଵନାଥ ନାୟକଙ୍କ ସମେତ ବହୁ ବ୍ୟକ୍ତିମାନେ ଅଂଶ ଗ୍ରହଣ କରିଛନ୍ତି ।
ରିପୋର୍ଟ : ଶୁଭମ କୁମାର ପାଣି