
ଭଞ୍ଜନଗର (ସମୃଦ୍ଧ ଓଡିଶା) ଭାରତୀୟ ପାଣିପାଗ ବିଭାଗର ସୂଚନା ପ୍ରକାରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆସନ୍ତା ୧୯ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ୨ ଦିନ ଧରି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏ ନେଇ ସମ୍ଭାବ୍ୟ ବନ୍ୟାର ମୁକାବିଲା ଭଞ୍ଜନଗର ଏନ.ଏ.ସି ପକ୍ଷରୁ ଆଜି ସହରର ଲୋହରାଖଣ୍ଡି ନଦୀ କୂଳରେ ରହୁଥିବା ୱ।ଡ ନମ୍ବର ୫,୧୫,୭,୮,୯ ନଈ କୂଳିଆ ଲୋକ ମାନଙ୍କୁ ସତର୍କ ରହିବା ସହ ନିଜ ନିଜର ଗୃହ ପାଳିତ ପଶୁ ମାନଙ୍କୁ ବାହାରକୁ ନ ଛାଡିବାକୁ କୁହାଯାଇଛି । ଏଥି ସହିତ ପ୍ରଶାସନକୁ ସହଯୋଗ କରିବାକୁ ଏନ.ଏ.ସି ପକ୍ଷରୁ ଆଜି ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ସୂଚନା ଦିଆଯାଇଛି । ଅପରପକ୍ଷରେ ସମ୍ଭାବ୍ୟ ଲଘୁଚାପ ଫଳରେ ହେବାକୁ ଥିବା ବର୍ଷାକୁ ଦୃଷ୍ଟିରେ ରଖି ଭଞ୍ଜନଗର ଜଳ ସମ୍ପଦ ବିଭାଜନ ଅଧିନରେ ଥିବା ଭଞ୍ଜନଗର, ସୋରଡା, ଡହ ଓ ବାଘୁଆ ଜଳଭଣ୍ଡାରରୁ ଜଳ ଧାରଣ କ୍ଷମତା ଠାରୁ ୭୫ ପ୍ରତିଶତକୁ କମାଇବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଜଳ ଭଣ୍ଡାରର ପାଣିକୁ ବିଭିନ୍ନ କେନାଲ ଓ ସ୍ପିଲ୍ୱେ ମାଧ୍ୟମରେ ନଦୀ ଗୁଡିକୁ ଛଡାଯାଉଥିବା ସୂଚନା ମିଳିଛି ।