ଗୁଣପୁର (ସମୃଦ୍ଧ ଓଡିଶା) ସମ୍ଭାବ୍ୟ ବାତ୍ୟା ଓ ବନ୍ୟା ଗୁଲାବକୁ ନେଇ ଗୁଣପୁର ଉପଜିଲ୍ଲାପାଳଙ୍କ ସଦଭାବନା ଗୃହଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଯେକୌଣସି ସମସ୍ୟା ଓ ପରିସ୍ଥିତିର ମୁକାବିଲା କରିବା ପାଇଁ ସରକାରୀ ସ୍ତରରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିବା ସୂଚନା ଦେଇଛନ୍ତି ଗୁଣପୁର ଉପଜିଲ୍ଲାପାଳ ଜେ. ସୋନାଲ । ବଂଶଧାରା ନଦୀ ଅଞ୍ଚଳର ସମସ୍ତ ଜନସାଧାରଣଙ୍କୁ ସତର୍କ ରହିବା ସହ ସଚେତନ ହେବା ପାଇଁ ନିବେଦନ କରିଛନ୍ତି । ବର୍ତ୍ତମାନ୍ ବିଶେଷ କିଛି ବର୍ଷା ହେଉନଥିବା ନେଇ ଅବହେଳା ନକରି ଢ଼ିଲା ହୁଅନ୍ତୁ ନାହିଁ ଏବଂ ବିପଦ ଯେତେବେଳେ ମଧ୍ୟ ଆସିପାରେ ବୋଲି ଜନସାଧାରଣଙ୍କୁ ସଚେତନତା କରିଛନ୍ତି । ବର୍ତ୍ତମାନ ବଂଶଧାରା ନଦୀର ଜଳ ସ୍ଥର ୮୧.୭ ମିଟର ରହିଥିବା ବେଳେ ବନ୍ୟାର ସତର୍କ ସ୍ଥର ରହିଛି ୮୩ ମିଟର ଏବଂ ବିପଦ ସଙ୍କେତ ୮୪ ମିଟର ରହିଛି । ବିପଦ ପୂର୍ଣ୍ଣ ପରିସ୍ଥିତିର ସମ୍ମୁଖିନ କରିବା ନିମନ୍ତେ ୨ ଗୋଟି NDRF ଟିମ ଏବଂ ୧ ଗୋଟି ODRAF ଟିମ ପ୍ରସ୍ତୁତ ହୋଇ ରହିଥିବା ନେଇ ଉପ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ପଦ୍ମପୁର ସ୍ଥିତ ବଡ଼ନାଳ ଜଳ ଭଣ୍ଡାରରେ ୮୦%ରୁ ଅଧିକ ପାଣି ସ୍ଥର ବଢିବ ତେବେ ସେଠାରୁ ପାଣି ଛଡ଼ା ଗଲେ ବଂଶଧାରାରେ ବିପଦ ସଙ୍କେତ ଛୁଇଁବାର ସମ୍ଭାବନା ରହିଥିବା ବେଳେ ତାହାର ସମ୍ମୁଖିନ କରିବାକୁ ଗୁଣପୁର ପ୍ରଶାସନ ସଜାଗ ରହିଛି ବୋଲି ଉପ ଜିଲ୍ଲାପାଳ ଶ୍ରୀ ସୋନାଲ୍ ଜେନା ସୂଚନା ଦେଇଛନ୍ତି ।
ରିପୋର୍ଟ : କୃଷ୍ଣ କୁମାର ବେହେରା