ସମ୍ଭାବ୍ୟ ବାତ୍ୟା (ଦାନା)କୁ ଦୃଷ୍ଟିରେ ରଖି କୋଦଳା ବିଜ୍ଞାପିତ ଅଞ୍ଚଳ ତରଫରୁ ଆଞ୍ଚଳବାସିଙ୍କୁ ସୁରକ୍ଷିତ ସ୍ଥାନରେ ଥଇଥାନ କରାଯାଇଛି

କୋଦଳା (ସମୃଦ୍ଧ ଓଡିଶା)କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସମ୍ଭାବ୍ୟ ବାତ୍ୟା ଆଶଙ୍କା କୁ ଦୃଷ୍ଟିରେ ରଖି ଡ଼ାକବାଜି ଯନ୍ତ୍ର ଦ୍ବାରା ଲୋକଙ୍କୁ ସଚେତନ କରାଇ ଅଞ୍ଚଳ ବାସୀଙ୍କୁ କୋଦଳା ପଣ୍ଡାସାହି କଲ୍ୟାଣ ମଣ୍ଡପ ଠାରେ ସୁରକ୍ଷିତ ରଖାଯାଇଅଛି । ଏଠାରେ ପ୍ରାୟ 140 ରୁ ଉର୍ଦ୍ଧ ଅଞ୍ଚଳବାସି ନିଜର ବାସସ୍ଥାନ ତ୍ୟାଗ କରି ସୁରଖିତରେ ଅଛନ୍ତି । ସେମାନଙ୍କ ନିମନ୍ତେ ଉତ୍ତମ ରନ୍ଧାଖାଦ୍ୟ , ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ବ ନିଆଯାଇଛି ।କୋଦଳା ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ନିଜେ ଉପସ୍ଥିତ ରହି ଲୋକଙ୍କ ସୁବିଧା ଉପରେ ଗୁରୁତ୍ୱ ନେଇଛନ୍ତି ।କିପରି ଅଞ୍ଚଳ ବାସି କୌଣସି ଅସୁବିଧାର ସମ୍ମୁଖୀନ ନାହେବେ ତାଉପରେ କୋଦଳା ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ଉପସ୍ଥିତ ରହି କର୍ମଚାରୀ ମାନଙ୍କସହ ଆଲୋଚନା କରିଛନ୍ତି ।ମୋ ଅଞ୍ଚଳର ପ୍ରେତ୍ୟେକ ଜୀବନ ମୂଲ୍ୟବାନ ବୋଲି ଅଧ୍ୟକ୍ଷ ନିଜେ ମତବ୍ୟକ୍ତ କରିଛନ୍ତି । ବିଜ୍ଞାପିତ ଅଞ୍ଚଳ ର କର୍ମଚାରୀମାନେ ପ୍ରତ୍ୟେକ ସମୟ ରେ ଉପସ୍ଥିତ ରହି ଲୋକ ମାନଙ୍କୁ ଉତ୍ତମ ସେବା ଯୋଗାଇବା ପାଇଁ ଏହାର ଉଦ୍ୟମ ଚଳାଇଛନ୍ତି ।ଏହି ଆଶ୍ରୟ ସ୍ଥଳୀ ରେ ଖୁବ ଆଗ୍ରହ ସହକାରେ ଅଂଚଳ ବାସି ବସବାସ କରିବା ପାଇଁ କୋଦଳା ଅଧ୍ୟକ୍ଷ ଙ୍କ ପ୍ରୟାସ ଜାରିରହିଛି।

ରିପୋର୍ଟ ରଜତ ପଟ୍ଟନାୟକ