ସରକାରଙ୍କର ଆତ୍ମନିଯୁକ୍ତି ତାଲିମ କେନ୍ଦ୍ର ଉଦଘାଟିତ:ବେକାରୀ ସମସ୍ୟା ଦୂରପାଇଁ ଉଦ୍ୟମ …

ଜଳେଶ୍ୱର(ସମୃଦ୍ଧ ଓଡିଶା) : ଓଡିଶା ସରକାରଙ୍କର ଆତ୍ମନିଯୁକ୍ତି ତାଲିମ କେନ୍ଦ୍ର ଜଳେଶ୍ୱର ଜ୍ଞାନବିକାଶ ତାଲିମ କେନ୍ଦ୍ରରେ ୨୯ତାରିଖ ସୋମବାର ଦିନ ଉଦଘାଟନ ହୋଇଯାଇଛି । ଏହି ତାଲିମ କେନ୍ଦ୍ରକୁ ବାଲେଶ୍ୱର ଜିଲ୍ଲା ଶିଳ୍ପ କେନ୍ଦ୍ରର ସହକାରୀ ମ୍ୟାନେଜର ସମୀର ଦେ ଉଦଘାଟନ କରିଥିଲେ । ଜଳେଶ୍ୱର ବ୍ଲକ ଆଇ.ପି.ଓ ଅକ୍ଷୟ କୁମାର ଦାସ, ୯ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ଗୈାରହରି ଜେନା, ଜ୍ଞାନବିକାଶ ତାଲିମ କେନ୍ଦ୍ରର ଅଧ୍ୟକ୍ଷ ଲେଲିନ ପ୍ରଧାନ, ପ୍ରଶାସନିକ ଅଧିକାରୀ ଅନୁପ କୁମାର ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ତାଲିମ କେନ୍ଦ୍ରର ଆବଶ୍ୟକତା ବିଷୟରେ ତାଲିମ ଶିକ୍ଷାର୍ଥୀଙ୍କୁ ତାଲିମ ପ୍ରଦାନ କରିଥିଲେ । ଏହି ତାଲିମ ଶିବିର ୧୫ଦିନ ଧରି ଚାଲିବ ବୋଲି ଜଣାଯାଇଛି । ଏଥିରେ ଜଳେଶ୍ୱର ମ୍ୟୁନିସିପାଲଟିର ଅଷ୍ଟମ ଶ୍ରେଣୀ ପାଶ କରିଥିବା ଓ ୧୮ବର୍ଷରୁ ଉର୍ଦ୍ଧ ହୋଇଥିବା ୩୦ଜଣ ମହିଳାଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଚୟନ କରାଯାଇଛି । ସରକାରଙ୍କର ବେକାରୀ ଦୂରୀକରଣର ଯୋଜନାର ଏହା ଏକ ମାଧ୍ୟମ ବୋଲି ଯୋଗ ଦେଇଥିବା ଅତିଥି ମାନେ ନିଜ ବକ୍ତବ୍ୟରେ କହିଥିଲେ । ଏହାଦ୍ୱାରା ବେକାରୀ ସମସ୍ୟା ଦୂରହେବା ସହିତ ଆତ୍ମା ନିଯୁକ୍ତି ସୃଷ୍ଟି କରିବବୋଲି ଅତିଥିମାନେ କହିଥିଲେ 

ରିପୋର୍ଟ:ଭୂପତି କୁମାର ପରିଡା