ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କିତ  ସଚେତନତା କାର୍ଯ୍ୟକ୍ରମ  

ସାକ୍ଷୀଗୋପାଳ(ସମୃଦ୍ଧଓଡିଶା)କୃଷି  ବିଜ୍ଞାନ କେନ୍ଦ୍ର, ସାକ୍ଷୀଗୋପାଳ, ପୁରୀ ପରିସରରେ କୃଷି ବିଭାଗ ତତ୍ତ୍ୱାବଧାନରେ କୃଷି ବିଭାଗ, ଉଦ୍ୟାନ କୃଷି ବିଭାଗ,ମୃତ୍ତିକା ସଂରକ୍ଷଣ ବିଭାଗ, ମତ୍ସ୍ୟ ବିଭାଗ ଓ ପ୍ରାଣୀ ସମ୍ପଦ ବିଭାଗର ସରକାରଙ୍କର ବିଭିନ୍ନ ଯୋଜନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ମୁଖ୍ୟ ଅତିଥି ରୂପେ  ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର, ସମ୍ମାନିତ ଅତିଥି ରୂପେ ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ଆତ୍ମା ଅଧ୍ୟକ୍ଷ ମହମ୍ମଦ ଜିକରିଆ, ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ମିଶ୍ର, ନାରାୟଣ ରାଉତରାୟ, ସଭ୍ୟା ବିଷ୍ଣୁପ୍ରିୟା ବରାଳ,କୃଷି ବିଜ୍ଞାନ କେନ୍ଦ୍ର ମୁଖ୍ୟ ବୈଜ୍ଞାନିକ ସୂର୍ଯ୍ୟ ନାରାୟଣ ମିଶ୍ର, ବ୍ଲକ କୃଷି ଅଧିକାରୀ ସୁଦେଷ୍ଣl ପରିଡା, ସହକାରୀ ମତ୍ସ୍ୟ ଅଧିକାରୀ ଲିପିଲତା ଖୁଣ୍ଟିଆ, ଉଦ୍ୟାନବିତ ମନୋରଞ୍ଜନ ସାହୁ, ପ୍ରାଣୀ ଚିକିତ୍ସକ ସୋମନାଥ ବରାଳ  ଓ ମୃତ୍ତିକା ସଂରକ୍ଷଣ ଅଧିକାରୀ ମିଳନ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ l  ଏହି ଅବସରରେ ଉପସ୍ଥିତ ବିଭାଗୀୟ ଅଧିକାରୀ ମାନେ ସେମାନଙ୍କ ବିଭାଗରେ କୃଷକ, ପ୍ରାଣୀ ପାଳକ  ଓ ଜନସାଧାରଣଙ୍କ ନିମନ୍ତେ ସରକାରଙ୍କ ତରଫରୁ ରହିଥିବା ବିଭିନ୍ନ ଯୋଜନା, ରିହାତି, ପରାମର୍ଶ ଓ ସହାୟତା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଉପସ୍ଥାପନା କରିଥିଲେ l ଉପସ୍ଥିତ ଚାଷୀ ମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ପ୍ରଦାନ କରିଥିଲେ l ଶେଷରେ କୃଷି ବୈଷୟିକ ପରିଚାଳକ ଶୋଲେସ ଦାସ ଧନ୍ୟବାଦ ଅର୍ପଣ କରିଥିଲେ l

ରିପୋର୍ଟ : ରଜତ ମହାପାତ୍ର 

Leave a Reply

Your email address will not be published. Required fields are marked *