

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବ୍ରହ୍ମପୁର-୨ର ପୋଷାକ ବିତରଣ ଉତ୍ସବ ପ୍ରଧାନ ଶିକ୍ଷକ ବିଜୟ କୁମାର ବେହେରାଙ୍କ ସଭାପତିତ୍ୱ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ବିଦ୍ୟାଳୟ ୧ମ ଠାରୁ ୮ମ ପର୍ଯ୍ୟନ୍ତ ୭୦୩ ଜଣ ଛାତ୍ରୀଙ୍କୁ ୨ ହଳ ପୋଷାକ ୧ ହଳ ଜୋତା ଏବଂ ୨ ହଳ ସେକ୍ସ ବିତରଣ କରାଯାଇଛି । ସି.ଟି ହାଇସ୍କୁଲର ପ୍ରଧାନ ଶିକ୍ଷକ ସୂର୍ଯ୍ୟନାରାୟଣ ସାବତ, ମୁଖ୍ୟ ଅତିଥି ମମତା ପାଣିଗ୍ରାହୀ ସିଆରସିସି ଏବଂ ବିଦ୍ୟାଳୟ ଉନ୍ନୟନ କମିଟିର ସଭାପତି ନନ୍ଦିନୀ ପଣ୍ଡା, ସଦସ୍ୟ ପ୍ରଫୁଲ ବେହେରା, ନାଗରାଜୂ ଯୋଗଦେଇ ଛାତ୍ରୀମାନଙ୍କୁ ପୋଷାକ ଓ ଜୋତା ବିତରଣ କରିଥିଲେ । ଶ୍ରୀ ସାବତ ଛାତ୍ରୀମାନଙ୍କୁ ସମାଜରେ ନାରୀ ଶିକ୍ଷାର ଗୁରୁତ୍ୱ ଏବଂ ଭଲ ମଣିଷ ହୋଇ ଦେଶ ଓ ଜାତିର ସୁନାମ ରଖିବାକୁ ଆହ୍ଵାନ ଦେଇଥିଲେ । ସହକାରୀ ଶିକ୍ଷକ କେ. ଦଣ୍ଡ, ପାର୍ବତୀ ପଲାଇ, ଜୟଶ୍ରୀ ସ୍ୱାଇଁ, ରାଜିରେଖା ପ୍ରଧାନ, କୃଷ୍ଣ ପ୍ରଧାନ, ମନୋଜ ସୁଶ୍ରୀ ପଣ୍ଡା, ବିଷ୍ଣୁ ପାଣିଗ୍ରାହୀ, ନମିତା ମହାରଣା ଓ ଅନ୍ୟାନ୍ୟ ଗୁରୁଜୀ ଓ ଗୁରୁମା ସହଯୋଗ କରିଥିଲେ ଶେଷରେ ବିଦ୍ୟାଧର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

