ସରକାରୀ ଟଙ୍କା ହଡ଼ପ ଅଭିଯୋଗରେ ଜେଲ ଗଲେ ସବ ପୋଷ୍ଟ ମାଷ୍ଟର…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା କେ ନୂଆଗାଁ ଥାନା ଅଧିନସ୍ଥ ଜକର ପଞ୍ଚାୟତ ମାଣିକ ପୁର ଗ୍ରାମରେ ନିରୀହ ଲୋକଙ୍କ ଟଙ୍କା ଆତ୍ମସାଥ ହୋଇଥିବା ଅଭିଯୋଗ ହୋଇଥିଲା । ସୂଚନା ପ୍ରକାରେ ୨୦୧୭ ମସିହା ମାର୍ଚ୍ଚ ମାସରେ କେ ନୂଆଗାଁ ଥାନାରେ ଅଭିଯୋଗ କରିଥିଲେ ଗ୍ରାମର କିଛି ନିରୀହ ଜନତା, ଯେ ସେମାନଙ୍କ ଟଙ୍କା ଉପ ଡାକ ଘରେ ଡ଼ୀପୋଜିଟ କରିବା ଆଳ ଦେଖାଇ ଲୋକଙ୍କ ଟଙ୍କା ସବ ପୋଷ୍ଟ ମାଷ୍ଟର ଧର୍ମେନ୍ଦ୍ର କୁମାର ପାଢୀ ହଡ଼ପ କରିଛନ୍ତି ।ସେବେଠାରୁ ପୋଲିସକୁ ଚକମା ଦେଖାଇ ଘୁରି ବୁଲୁଥିଲା । କୌଣସି ବିଶେଷ ସୂତ୍ରରୁ ପୋଲିସ ଖବର ପାଇ ଧର୍ମେନ୍ଦ୍ରଙ୍କୁ ବ୍ରହ୍ମପୁରରୁ ଗିରଫ କରିବା ପାଇଁ ସକ୍ଷମ ହୋଇଥିଲେ । ପୋଲିସ ତଦନ୍ତ କରି ପଚରା ପଚାରି କରି ଜାଣିବାକୁ ପାଇଲେ ନିରୀହ ଲୋକଙ୍କ ପ୍ରାୟ ୧୦ ଲକ୍ଷ ୩୫ ହଜାର ଟଙ୍କା ହଡ଼ପ କରି ଆତ୍ମସାଥ କରିଛନ୍ତି ଧର୍ମେନ୍ଦ୍ର । ଏନେଇ କେ ନୂଆଗାଁ ଥାନା କେସ ନଂ ୩୯/୧୭ରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଦଫା ୪୦୩,୪୦୯,୪୨୦,୪୭୭(ଏ) କୋର୍ଟକୁ ପଠାଯାଇଛି । ସେଠାରେ ଜାମିନ ନାମଞ୍ଜୁର ହେବାରୁ ସବ ପୋଷ୍ଟ ମାଷ୍ଟରକୁ କୋର୍ଟ ଫାର୍ୱାର୍ଡ କରିଥିବା ତଦନ୍ତ କାରି ଅଫିସର୍ ଜ୍ଞାନରଞ୍ଜନ ସେଠୀ ସୁଚନା ଦେଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା