ଢେଙ୍କାନାଳ (ସମୃଦ୍ଧ ଓଡିଶା) ଗଁଦିଆ ବ୍ଲକର ଦେଓଗାଁ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପିଟିଏ ବୈଠକ ପରିଚାଳନା ପରିଷଦ ସଭାପତି ଗଙ୍ଗାଧର ବାରିକଙ୍କ ଅଧ୍ୟକ୍ଷତାରେ କରାଯାଇ ସମାପ୍ତି ସୂଚକ ଆକଳନ-୨ର ଖାତା ମୁଲ୍ୟାୟନ ପିଟିଏମାନଙ୍କ ଅବଗତ କରାଯାଇଥିଲା । ଆଗାମୀ ଏପ୍ରିଲ ୨ରେ ପ୍ରବେଶ ଉତ୍ସବ ଓ ୭ରେ ପୂର୍ଣ୍ଣ ଉପସ୍ଥାପନ ଦିବସରେ ଉପସ୍ଥିତ ହେବା ପାଇଁ ପ୍ରଧାନଶିକ୍ଷକ ହରିହର ସାହୁ ପିଟିଏଙ୍କୁ ନିବେଦନ କରିଥିଲେ । କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷୟତ୍ରୀ ଶାନ୍ତିଲତା ଦାସ, ମମତା ଦେହୁରୀ, ସଂଜ୍ଞା ସାଗରିକରେ ସ୍ୱାଇଁ, ଉପ ସଭାପତି ପ୍ରଭାତୀ ପତି ଓ ପ୍ରକାଶ ସେଠି ସହଯୋଗ କରିଥିଲେ ।
ରିପୋର୍ଟ : ଶୁଭମ କୁମାର ପାଣି