ସରକାର ଯାହା ନ ପାରିଲେ ଗାଁ ମହିଳା କରି ଦେଖାଇଲେ:ବିପଥଗାମୀ ସ୍ୱାମୀ ଓ ପୁଅଙ୍କୁ ଶିକ୍ଷା ଦେବାଲାଗି ସାବାଡ କଲେ ଗାଁ ଚୋରା ମଦ ଦୋକାନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ଥାନା ଅନ୍ତର୍ଗତ ସୁଗୋ ଗାଁର ଏକ ଚୋରା ମଦଦୋକାନରୁ ଗାଁର ଯୁବକ ଓ ବହୁ ବ୍ୟକ୍ତି ମଦ ବ୍ୟବହାର କରି ଘରେ ମହିଳାଙ୍କୁ ଖରାପ ବ୍ୟବହାର କରିବା, ଗାଁ ଦାଣ୍ଡରେ ଅଶ୍ଳିଳ ଭାଷା ପ୍ରୟୋଗ କରିବା ଓ କେତେକ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିବାରୁ ସେହି ଗାଁର ମହିଳାମାନେ ଏକତ୍ରୀତ ହୋଇ ସେ ସବୁକୁ ନଷ୍ଟ କରିଛନ୍ତି । ଘଟଣାରୁ ପ୍ରକାଶ ସୁଗୋ ଗାଁର କାହ୍ନୁ ବାରିକ ନାମକ ଜନୈକ ବ୍ୟକ୍ତି ସୁଗୋ ବଜାର ନିକଟରେ ଏକ ଦୋକାନ ଖୋଲି ଅନ୍ୟାନ୍ୟ ଆସବାପତ୍ର ବିକୁଥିବା ବେଳେ ଚୋରାରେ ମଦ ବିକ୍ରୀ କରିଆସୁଥିଲେ । ସେଠାରୁ ଗାଁ ଲୋକେ ମଦ ବ୍ୟବହାରି ବିଭ୍ରାଟ କରି ଆସୁଥିଲେ । ଆଜି କେତେକ ଏସ୍ଏଚ୍ଜି ଗ୍ରୁପ ଏକତ୍ରୀତ ହୋଇ କାହ୍ନୁ ବାରିକଙ୍କ ଚୋରାମଦ ନଷ୍ଟ କରିବାଲାଗି ମନ୍ତ୍ରଣା କରିଥିଲେ । ତେଣୁ ସଂଧ୍ୟାରେ ମାଳତୀ ଭୂୟା. ଜଲି ପାତ୍ର, ଶୀତଳା ଭୂୟାଁ, ସୁଭଦ୍ରା ପାତ୍ର, ଅନୀତା ଜେନା, ଗୁନୁ ପାତ୍ର ପ୍ରମୁଖଙ୍କ ନେତୃତ୍ୱରେ ବହୁ ମହିଳା କାହ୍ନି ବାରିକର ଚୋର ମଦ ମହଜୁଦ ଥିବା ଘର ଉପରେ ଚଢାଉ କରିଥିଲେ । ବହୁ ପେଟି ମଦ ବାହାରକୁ ଆଣି ଭଂଗା ରୁଜା କରିଥିବା ଜଣାଯାଇଛି । ପ୍ରକାଶଯୋଗ୍ୟ ଏ ସଂପର୍କରେ ଗାଁ ପକ୍ଷରୁ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରିନାହିଁ । ଶେଷରେ ସେମାନେ ଆଇନ୍କୁ ହାତକୁ ନେବାକୁ ବାଧ୍ୟ ହୋଇଥିଲେ ।

ରିପୋର୍ଟ : ଭୂପତି କୁମାର ପରିଡ଼ା