ସରଳାପଦର-ରୁବୁଡିସିଂ ନଦୀରେ ସେତୁ ନିର୍ମାଣ ପାଇଁ ଗ୍ରାମବାସୀଙ୍କ ଦାବୀ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ୱାଧୀନତା ପରଠାରୁ ସରଳାପଦର-ରୁବୁଡିସିଂ ନଦୀରେ ସେତୁ ଟିଏ ନିର୍ମାଣ କରାଯାଇପାରି ନଥିବା ସାରଳାପଦର ଗ୍ରାମବାସୀମାନେ ଅଭିଯୋଗ ହୋଇଛି । ଗଜପତି ଜିଲ୍ଲା ଅନ୍ତର୍ଗତ ଅନ୍ତରଡା ପଞ୍ଚାୟତର ରୁବୁଡିସିଂ-ସରଳାପଦର ରାସ୍ତାରେ ପଡୁଥିବା ବଡ଼ଝର ସେତୁର ଅବସ୍ଥା ଅତି ସ୍ୱଚ୍ଛନୀୟ ହୋଇପଡିଛି । ଏ ସମ୍ପର୍କରେ ରୁବୁଡିସଇଁଙ୍କ ସାରଳାପଦର ଗ୍ରାମବାସୀମାନେ ବହୁବାର ସରପଞ୍ଚଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଓ ମନ୍ତ୍ରୀସ୍ତରଙ୍କ ପାଖକୁ ଯାଇ ଜଣାଇଥିଲେ ମଧ୍ୟ କାହାର ଏହି ନଦୀର ଉପରେ ଏକ ସେତୁ ଟିଏ କରିବା ପାଇଁ ନିଘାନିଷ୍ଠା ନଥିବା ଅଭିଯୋଗ କରିଛନ୍ତି । ଏହି ନଦୀ ଉପରେ ସେତୁଟିଏ ହେଲେ ସମ୍ପୂର୍ଣ୍ଣ ଭାବେ ଏହି ଗ୍ରାମ ଗଜପତି ଜିଲ୍ଲା ସହ ଯୋଗାଯୋଗ ହୋଇପାରିବ । ଏହି ରାସ୍ତା ଦେଇ ଶହ ଶହ ଗାଡି ମୋଟର ଯାତାୟାତ କରିପାରିବାକୁ ଏଠାକାର ଜନସାଧାରଣଙ୍କ ଅବସ୍ଥାରେ ଯଥେଷ୍ଟ ପରିବର୍ତ୍ତନ ହୋଇପାରିବ ବୋଲି ଗ୍ରାମବାସୀମାନେ କହିଛନ୍ତି । ତେଣୁ ଯଥାଶୀଘ୍ର ଏହାର ତଦନ୍ତ କରି ସରଳାପଦର-ରୁବୁଡିସିଂ ନଦୀରେ ସେତୁ ଟିଏ ନିର୍ମାଣ କରିବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବୀ ହୋଇଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା