




ହିଞ୍ଜିଳିକାଟୁ(ସମୃଦ୍ଧଓଡିଶା)ଗଂଜାମ ଜିଲ୍ଲା ହିଞ୍ଜିଳିକାଟୁ ପୌର ପରିଷଦର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ରେ ପ୍ରଧାନ ଆଚାର୍ଯ୍ୟ ଚଣ୍ଡି ପ୍ରସାଦ ବେହେରାଙ୍କ ସଭାପତିତ୍ବରେ ୩୪ତମ ବାର୍ଷିକ କ୍ରୀଡା ଉତ୍ସବ ମହାସମାରୋହରେ ଉଦଘାଟିତ ହୋଇଯାଇଛି | ଏହି କ୍ରିଡ଼ା ପ୍ରତିଯୋଗିତାକୁ ଭାରତୀୟ ଷ୍ଟେଟ ବ୍ୟାଙ୍କର ସହ ଶାଖା ପରିଚାଳକ ସୁଶ୍ରୀ ଚଞ୍ଚଳା ଅଗ୍ରୱାଲ ଉଦଘାଟନ କରିଥିଲେ। ଏଥିରେ ଅନୁଷ୍ଠାନର ସମ୍ପାଦକ ଶ୍ରୀ E, ରାଜପ୍ରସାଦ ପାତ୍ର, ଯୁଗ୍ମ ସଂପାଦକ କାଶୀନାଥ ଷଡ଼ଙ୍ଗୀ ଉପସଭାପତି ଜଗଦିଶ ଖାଡଙ୍ଗା ଉପଦେଷ୍ଟା ଅନନ୍ତ ରାମ ପାତ୍ର, ପ୍ରଦିପ୍ତ କୁମାର ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ l ପ୍ରଧାନ ଆଚାର୍ଯ୍ୟ ଚଣ୍ଡୀ ପ୍ରସାଦ ବେହେରା, ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଏହି କ୍ରୀଡା ଉତ୍ସଵରେ ପ୍ରାୟ 400 ଶିଶୁ ବିଭିନ୍ନ ବିଭାଗ ରେ ଭାଗନେଇ ପାରିବେ l ଏଥିରେ ଯେଉଁ ଶିଶୁ ଭାଇ ଓ ଭଉଣୀ ମାନେ ପ୍ରଥମ, ଦିତୀୟ , ତୃତୀୟ ଅଧିକାର କରିବେ ସେମାନଙ୍କୁ ପୁରସ୍କାର ବିତରଣ କରାଯିବ l ଏହି କ୍ରୀଡା ପ୍ରତିଯୋଗିତା ୯ତାରିଖରେ ଉଦଯାପନ ହେବ ପ୍ରତିଯୋଗିତା ରେ ଜିତିଥିବା ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରାଯିବ l ଅନୁଷ୍ଠାନର ଶାରିରୀକ ପ୍ରଯୁଜ୍ୟ , ଟୁନାଵିଶୋୟୀ, ଜଲିତା ଦାଶଙ୍କ ତତ୍ବାବଧାନରେ ଏହି କ୍ରୀଡା ଉତ୍ସବ ପରିଚାଳିତ ହେଉଥିଲା | ଦୌଡ଼ ବିଭାଗ ରେ ଗଣପତି ସ୍ବାଇଁ,ରିତାଞ୍ଚଳି ମିଶ୍ର, ନୂତନ ନାୟକ, ମୁଖ୍ୟ ଥିବାବେଳେ ଗଓଳଆଫଇଙ୍ଗଆ ବିଭାଗ ରେ ସୁସାନ୍ତ୍ର ଵିଶୋୟୀ,ଓ ଲମ୍ବା ଡିଆଁ ଉଚ୍ଚା ଡିଆଁ ବାପୁଜୀ ପ୍ରଧାନ, ଜ୍ୟୋତି ଲକ୍ଷ୍ମୀ ସ୍ବାଇଁ ମୁଖ୍ୟ ଥିଲେ। ଏବଂ ସମସ୍ତ ଗୁରୁମା ଓ ଗୁରୁଜୀ ସାହାଯ୍ୟ ସହଯୋଗ କରିଥିଲେ।
ରିପୋର୍ଟ : ରଜତ ପଟ୍ଟନାୟକ


