ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୧୮ତମ ବାର୍ଷିକ ଉତ୍ସବ ଗତ ଶନିବାର ଦିବସବ୍ୟାପି ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ସ୍ଥାୟୀ ସଭାପତି ଗୌରୀଶଂକର ଦାସ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥିଭାବେ ଗୋଷ୍ଠୀ ଶିକ୍ଷାଧିକାରୀ ବିଜୟ କୁମାର ନାଥ, ମୁଖ୍ୟବକ୍ତାଭାବେ ପ୍ରଫୁଲ୍ଲ କୁମାର ଦାସ ଓ ସମ୍ମାନୀତ ଅତିଥିଭାବେ ଡ. ବୁଦେ୍ଧଶ୍ୱର ପତି ଓ ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ପାଠୀ, ବିଦ୍ୟାଳୟର ସଂପାଦକ କପିଳେଶ୍ୱର ମହାନ୍ତି ଯୋଗ ଦେଇ ସରସ୍ୱତୀ ବିଦ୍ୟା ମନ୍ଦିର ଗୁଡିକରେ ଶିକ୍ଷାଦାନର ପଦ୍ଧତି, ଗୁରୁଜୀ ଗୁରୁମା ମାନଙ୍କର ପ୍ରଚେଷ୍ଟା ଓ ମାନସିକତା ଯୋଗୁଁ ସରକାରୀ ବିଦ୍ୟାଳୟ ଠାରୁ ଗୁଣାତ୍ମକ ଶିକ୍ଷା ପ୍ରଦାନ୪ କରାଯାଇପାରୁଥିବା ସମ୍ପର୍କରେ କହିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବିମ୍ବାଧର ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଅରବିନ୍ଦ ଘୋଷ ଧନ୍ୟବାଦ ଅର୍ପଣ କରିଥିଲେ । ସଂଗୀତ, ନୃତ୍ୟ ଓ ଯୋଗାଶନ ତଥା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗୁରୁଜୀ, ଗୁରାମା ମାନେ ପରିଚାଳନାରେ ସହାୟତା କରିଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା