ସର୍ପଦଂଶନରେ ଆଦିବାସୀ ମହିଳା ମୃତ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ରାତିରେ ପରିବାରବର୍ଗଙ୍କ ସହିତ ଖାଇପିଇ ଶୋଇଥିବା ଖଳାଗଡିଆ ଗାଁର ରବି ମୁର୍ମୁଙ୍କ ସ୍ତ୍ରୀ ସିତା ମୁର୍ମୁ(୩୨)ଙ୍କ ମୁହଁରେ ଗତ ମଂଗଳବାର ରାତିରେ ଏକ ସର୍ପଦଂଶନ କରିଥିଲା । ଜଳେଶ୍ୱର ଭଟ୍ଟର ହସ୍ପିଟାଲ୍କୁ ଚିକିତ୍ସା ନିମନ୍ତେ ନିଆଯାଇଥିଲା ବେଳେ କାର୍ଯରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାର ୨ ନାବାଳକ ଶିଶୁ ଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

ରିପୋର୍ଟ : ଭୂପତି କୁମାର ପରିଡା