ସର୍ବପୁରାତନ ବିଶ୍ୱନାଥ ଏକାଡେମୀରେ ନାହାନ୍ତି ୯ ମାସଧରି ସଂସ୍କୃତ ଶିକ୍ଷକ : ଅଭିଭାବକ ମହଲରେ ଅସନ୍ତୋଷ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଅନ୍ୟତମ ପୁରାତନ ଉଚ୍ଚ ବିଦ୍ୟାଳୟ ଭାବେ ୧୯୩୮ ମସିହରେ ଜମାଳପୁରସ୍ଥିତ ବିଶ୍ୱାନାଥ ଏକାଡେମୀ ପ୍ରତିଷ୍ଠା ହୋଇଥିଲା । ବିଭିନ୍ନ କାର୍ଯ୍ୟକ୍ରମରେ ଉକ୍ତ ବିଦ୍ୟାଳୟ ଶ୍ରେଷ୍ଠତ୍ୱ ପ୍ରତିପାଦନ କରି ଆସୁଥିବା ବେଳେ ଜିଲ୍ଲା ଶିକ୍ଷାଧିକାରୀଙ୍କ ଚିଠି ନଂ ୩୩ ତା ୮-୩-୧୯ରେ ଉକ୍ତ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ନଗେନ୍ଦ୍ର ନାଥ ଅଗସ୍ତଙ୍କୁ ବଡଖୁଆ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଡେପୁଟେସନରେ ପଠାଯାଇଥିଲା । ସେହିଦିନରୁ ସେ ସେଠାରେ ଡେପୁଟେସନରେ କାର୍ଯ୍ୟ କରିଆସୁଥିବା ବେଳେ ବିଶ୍ୱନାଥ ଏକାଡେମୀରେ ଦୀର୍ଘ ୯ ମାସଧରି ଛାତ୍ରଛାତ୍ରୀମାନେ ସଂସ୍କୃତ ଶିକ୍ଷାରୁ ବଞ୍ଚିତ ହୋଇ ଆସୁଛନ୍ତି । ମ୍ୟାଟ୍ରିକ ପରୀକ୍ଷାକୁ ଆଉ ୨ମାସ ବାକିଥିବା ବେଳେ ଏଠାରେ ୬ଷ୍ଟରୁ୧୦ମ ଶ୍ରେଣୀଯାଏ ୨୯୬ ଜଣ ଛାତ୍ରଛାତ୍ରୀଙ୍କ ଲାଗି ସଂସ୍କୃତ ଶିକ୍ଷା ଏକପ୍ରକାର ଠପ୍ ହୋଇ ଯାଇଛି ବୋଲି କହିଲେ ଚଳେ । ଆଶ୍ୱର୍ଯ୍ୟର କଥା କୌଣସି ଶିକ୍ଷକଙ୍କୁ ଡେପୁଟେସନରେ ପଠାଗଲେ ନିଜ ବିଦ୍ୟାଳୟ ସହିତ ଅନ୍ୟ ବିଦ୍ୟାଳୟରେ ଶିକ୍ଷାଦାନ କରିବା କଥା । କିନ୍ତୁ ନଗେନ୍ଦ୍ରନାଥ ଅଗସ୍ତିଙ୍କୁ ୬ଦିନ ଡେପୁଟେସନରେ ପଠାଯିବା ଶିକ୍ଷାବିଭାଗର ସ୍ୱଚ୍ଛତାକୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି । ଏ ସଂପର୍କରେ ଏସ୍ଏମଡିସିର ବରିଷ୍ଠ ସଦସ୍ୟ ଖଗେନ୍ଦ୍ର ନାଥ ସାହୁ ବାରମ୍ବାର ଡିଇଓଙ୍କ ସହିତ ଆଲୋଚନା କରି ଆସୁଥିବା ବେଳେ ଶେଷଥର ୨୨-୧୧-୧୯ରେ ସାକ୍ଷାତ ଆଲୋଚନା ପରେ ଶିକ୍ଷକ ଯୋଗାଇଦେବା ସଂପର୍କରେ କହିଛନ୍ତି । ଅନ୍ୟପକ୍ଷରେ ବିଦ୍ୟାଳୟରେ ଅଭିଭାବକ ଓ ଛାତ୍ର ଅଶାନ୍ତି ବଢିବାରେ ଲାଗିଛି । ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବୀ ହୋଇଛି ।

ରିପୋର୍ଟ : ଭୂପତି କୁମାର ପରିଡା